ଗୋଧସ୍ ଜଳପ୍ରପାତରେ ଡ୍ରାଇଭର ନିଖୋଜ ଘଟଣା: ୬ ଦିନ ପରେ ମିଳିଲା ମୃତଦେହ

Advertisment
ଗୋଧସ୍ ଜଳପ୍ରପାତରେ ଡ୍ରାଇଭର ନିଖୋଜ ଘଟଣା: ୬ ଦିନ ପରେ ମିଳିଲା ମୃତଦେହ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଗୋଧସ୍ ଜଳପ୍ରପାତରେ ଗୋଡ଼ଫୁଲା ଗ୍ରାମର ରାମକିଷାନ ରାଉତ (୩୫) ନାମକ ଜଣେ ଡ୍ରାଇଭର ନିଖୋଜ ହୋଇଥିବା ପରିବାର ଲୋକ ଧରମବନ୍ଧା ଥାନରେ ଅଭିଯୋଗ କରିଥିଲେ। ହେଲେ ଆଜି ସକାଳେ ଜଳପ୍ରପାତ ପାଣିରେ ନିଖୋଜ ଯୁବକର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଆଜି ଧରମବନ୍ଧା ପୁଲିସ ଓ ଅଗ୍ନଶମ ବିଭଗ ଜଳପ୍ରପାତରେ ପହଞ୍ଚି ପାଣିରୁ ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ ମୃତଦେହକୁ ଜବତ କରିଛି। ମୁଖ୍ୟ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଧରମବନ୍ଧା ଥାନାରୁ ସୂଚନା ମିଳିଛି।

ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସଦର ଗ୍ରାମର ଏକ ଘରୋଇ କଲେଜର ଗାଡ଼ି ଚାଳକମାନେ ରବିବାର ଦିନ ଧରମବନ୍ଧା ଥାନା ଗୋଧସ୍ ଜଳପ୍ରପାତକୁ ଭୋଜି କରିବାକୁ ଯାଇଥି‌ଲେ। ଗୋଡ଼ଫୁଲା ଗ୍ରାମର ବସ୍‌ ଚାଳକ ରାମକିଷାନ ରାଉତ (୩୫) ଜଳପ୍ରପାତ ଉପରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ରାମକିଷାନଙ୍କୁ ସାଙ୍ଗମାନେ ଦେଖି ନଥିବାରୁ ଖୋଜାଖୋଜି କରିଥିଲେ। ପରେ କିଛି ସାଙ୍ଗ ଗୋଧସ୍ ଜଳପ୍ରପାତ ଉପରକୁ ଯାଇଥିବା ବେଳେ ସେଠାରେ ରାମକିଷାନଙ୍କ ପ୍ୟାଣ୍ଟ, ସାର୍ଟ, ଗାମୁଛା ଓ ଚପଲକୁ ଏକ ପଥରରେ ରଖାଯାଇଥିବା ଦେଖିବାକୁ ପାଇଥିଲେ। ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ରାମକିଷାନ ଜଳପ୍ରପାତକୁ ଡେଇଁଥିବା ଅନୁମାନ କରାଯାଉଥିଲା। ଏନେଇ କିଛି ବ୍ୟକ୍ତି ପରିବାର ଲୋକଙ୍କୁ ଖବର ଦେବା ପରେ ସେମାନେ ଧରମବନ୍ଧା ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe