ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

Advertisment
ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୟକିଷାନ ମଜଦୁର ସଂଗ୍ରାମ ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୧ ଦଫା ଦାବିପତ୍ର ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କୁ ପ୍ରଦାନ କରିଛନ୍ତି। ଶ୍ରମ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରିବା, ଜିଲ୍ଲା ଶ୍ରମ ଅଧିକାରୀ ପଦବି ପୂରଣ, ନିର୍ମାଣ ଶ୍ରମିକଙ୍କୁ କୋଭିଡ୍‌ ସହାୟତା ରାଶି (୧୫୦୦ ଟଙ୍କା) ପ୍ରଦାନ, ବକେୟା ଟଙ୍କା ପ୍ରଦାନ, ଶ୍ରମିକଙ୍କୁ ଦକ୍ଷତା ତାଲିମ, ପ୍ରତ୍ୟେକ ବ୍ଲକ୍‌ରେ ସହକାରୀ ଶ୍ରମ ଅଧିକାରୀ ନିୟୋଜିତ ଆଦି ଦାବି ନେଇ ବିସ୍ତୃତ ଚର୍ଚ୍ଚା ହୋଇଥିଲା।

ଏହି ଦାବି ପୂରଣ ନ ହେଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଆବାହକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe