ନୂଅାଁପଡ଼ା: ନୂଅାଁପଡ଼ା ଜିଲ୍ଲାକୁ ସମ୍ପୁର୍ଣ୍ଣ ମରୁଡ଼ି ଘୋଷଣା ଦାବି ନେଇ ଶନିବାର ଭାରତୀୟ ଜନତା ପାର୍ଟି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛି। ସେହିପରି ବିନା ସୁଧରେ କୃଷି ଋଣ ଦିଆଯାଉ ବୋଲି ବିଜେପି ଦାବି କରିଛି। ବିଜେପିର ଅଭିଯୋଗ ଅନୁସାରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାରେ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଯାଇଛି। ଚାଷୀ ମରୁଡ଼ିର ଶିକାର ହୋଇଥିବା ନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଶୁଣାଯାଉ ନାହିଁ। ସରକାରଙ୍କ ଚାଷୀ ମାରଣ ନୀତି ତଥା କୃଷି ମନ୍ତ୍ରୀଙ୍କ ଦାୟିତ୍ୱ ହୀନ ମନ୍ତବ୍ୟ କଟାଘାରେ ଚୂନ ସଦୃଶ ବୋଲି ବିଜେପି କହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us