ଅବସରପ୍ରାପ୍ତ ଆଇଏଏସ୍‌ ଦୀନନାଥ ପଣ୍ଡାଙ୍କ ପରଲୋକ

Advertisment
ଅବସରପ୍ରାପ୍ତ ଆଇଏଏସ୍‌ ଦୀନନାଥ ପଣ୍ଡାଙ୍କ ପରଲୋକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ କରଙ୍ଗାମାଳ ଗ୍ରାମର ଆଇଏଏସ ଦୀନନାଥ ପଣ୍ଡାଙ୍କର ୯୨ ବର୍ଷ ବୟସରେ ମୃତ୍ୟୁ ଘଟିିଛି। କଟକ ସିଟିକେୟାର ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ୍ୟୁ ପୂର୍ବରୁ  ସେ ତାଙ୍କ ବଡ଼ପୁଅ  ଡ. ଆଶିଷ ପଣ୍ଡାଙ୍କ ପାଖରେ ହାଇଦ୍ରାବାଦ୍‌ରେ ରହୁଥିଲେ। ବଡ଼ପୁଅ ଆଶିଷ ପଣ୍ଡା, ବଡ଼ ବୋହୂ ମମି ପଣ୍ଡା ଏବଂ ପୁତୁରା ନୀତୀଶ ତାଙ୍କ ଶେଷ ଦର୍ଶନ କରିଥିବା ବେଳେ ଖଡ଼ିଆଳରେ ଥିବା ସାନ ପୁଅ ସତିଶ ପଣ୍ଡା ଏବଂ ତାଙ୍କ ପତ୍ନୀ ମଧ୍ୟ ଆସି ପହଞ୍ଚିଛନ୍ତି। ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବା ପାଇଁ ପରିବାର ଲୋକ ପ୍ରସ୍ତୁତ ହେଉଛନ୍ତି।

ସେ ୧୯୫୪ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲରେ ମାଟ୍ରିକ ପାସ କରିଥିଲେ। ପରେ ଗଙ୍ଗାଧର ମେହେର କଲେଜ ଓ ରେଭେନ୍ସା କଲେଜରେ ଅଧ୍ୟୟନ କରିଥିଲେ। ୧୯୬୨ରେ ଓଏଏସ ପ୍ରାପ୍ତ କରି ରାଜ୍ୟର ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ। ଗଂଜାମ ଜିଲ୍ଲାପାଳ, ଅବକାରୀ କମିସନର ଭାବରେ କାର୍ଯ୍ୟ ତୁଲାଇ ଥିଲେ। ଖଡ଼ିଆଳ ବିକାଶ ମଞ୍ଚର ସଭାପତି ରୂପେ କାର୍ଯ୍ୟ କରି ରେଳ ଲାଇନ ଆଣିବା ନେଇ ବାରମ୍ବାର ଦାବି କରି ଆସୁଥିଲେ। ସେ ଜଣେ ଭଦ୍ର, ମେଳାପୀ ଓ ନିଷ୍ଠାପର ବ୍ୟକ୍ତି ଭାବରେ ପରିଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe