କଲରାପତରିଆ ବାଘ ଗୁରୁତର: ଚିକିତ୍ସା ପାଇଁ ପହଞ୍ଚିଲା ଓୟୁଏଟିର ଦୁଇଜଣିଆ ଡାକ୍ତରୀ ଦଳ

କଲରାପତରିଆ ବାଘ ଗୁରୁତର: ଚିକିତ୍ସା ପାଇଁ ପହଞ୍ଚିଲା ଓୟୁଏଟିର ଦୁଇଜଣିଆ ଡାକ୍ତରୀ ଦଳ

ନୂଆପଡ଼ା: ନୂଆପଡ଼ା ରେଞ୍ଜ ଅଫିସରେ ଉଦ୍ଧାର ହୋଇଥିବା କଲରା ପତରିଆ ବାଘର ଚିକିତ୍ସା ଚାଲିଛି। ଏବେ ବାଘର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଛି। ଆଜି ଭୁବନେଶ୍ବର ଓୟୁଏଟି ଅଧୀନ ବନ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ନୂଆପଡ଼ାରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ ତାରିଖରେ ନୂଆପଡ଼ା ରେଞ୍ଜ ଅଧୀନ ଧରମବନ୍ଧା ବିଟ ସିଲିଆରିବାହାରା ଗାଁ ଆମକୋନି ଜଙ୍ଗଲରୁ ଏକ କଲରା ପତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଥିଲେ।

ଗତ ୧୬ ଦିନ ହେବ ନୂଆପଡ଼ା ରେଞ୍ଜ ଅଫିସରେ ରଖି ଚିକିତ୍ସା ଚଳାଇଛନ୍ତି। ଏବେ ବାଘର ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଆଜି ଭୁବନେଶ୍ୱର ଓୟୁଏଟି ବନ୍ୟପ୍ରାଣୀ ଚିକିତ୍ସା କେନ୍ଦ୍ରର ସଂଯୋଜକ ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ରିସର୍ଚ୍ଚ କୋଲାର ସୌରଭ ସଠୁଆ ସମେତ ଦୁଇ ଜଣିଆ ବିଶେଷଜ୍ଞ ଦଳ ନୂଆପଡ଼ାରେ ପହଞ୍ଚିଥିଲେ। ଏହି ବିଶେଷଜ୍ଞ ଦଳ ରେଞ୍ଜ ଅଫିସରେ ପହଞ୍ଚି ବାଘର ଚିକିତ୍ସା ଆରମ୍ଭ କରିଛନ୍ତି। ବାଘକୁ ବାବେସିଆ ରୋଗ ହୋଇଥିବା ବିଶେଷଜ୍ଞ ଦଳ ଅନୁମାନ କରିଛନ୍ତି। ଏବେ ଧୀରେ ଧୀରେ ବାଘର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏଠି ଏକ ସପ୍ତାହ ଧରି ଚିକିତ୍ସା ଚାଲିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଶେଷଜ୍ଞ ଶ୍ରୀ ନାଥ ସୂଚନା ଦେଇଛନ୍ତି । ଖଡ଼ିଆଳ ଡିଏଫଓ ସୁଶୀଳ ତ୍ରିପାଠୀ, ଏସିଏଫ ମହମ୍ମଦ ସାଲେହ ଓ ନୂଆପଡ଼ା ରେଞ୍ଜର ବିନିତା ଭୋଇ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe