ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ମଣ୍ଡଳୀ ସମେତ ଦେଶର ୭ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପ୍ରାର୍ଥୀମାନଙ୍କ ସମସ୍ତ ପୂର୍ବବର୍ତ୍ତୀ ଅପରାଧିକ ତଥ୍ୟ ପରିପ୍ରକାଶ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ନିର୍ଦ୍ଦେଶାବଳୀଗୁଡ଼ିକର ଅନୁପାଳନ ବାଧ୍ୟତାମୂଳକ ଅଟେ।
ଅଧିକ ପଢ଼ନ୍ତୁ: ଉପନିର୍ବାଚନ ପାଇଁ ନୂଆପଡ଼ା ସରଗରମ: ବିଜେଡି ଗଡ଼ରେ ଧସେଇ ପଶୁଛନ୍ତି ବିଜେପି ଓ କଂଗ୍ରେସ
ରାଜନୈତିକ ଦଳଗୁଡ଼ିକ ପ୍ରାର୍ଥୀଚୟନର ୪୮ ଘଣ୍ଟା ମଧ୍ୟରେ ମୁଦ୍ରିତ ଗଣମାଧ୍ୟମ, ସ୍ୱକୀୟ ଅଫିସିଆଲ ସୋସିଆଲ ମିଡ଼ିଆ ଓ ୱେବସାଇଟ ମାଧ୍ୟମରେ ଫର୍ମ-ସି ୭ (Form C-7)ର ସୁସ୍ପଷ୍ଟ ପରିପ୍ରକାଶ କରିବେ। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନର ୭୨ ଘଣ୍ଟା ମଧ୍ୟରେ ଫର୍ମ-୮ ସି (Form 8 C) (ଫର୍ମ-ସି ୭ (Form C7)ର ନକଲ ସଂଲଗ୍ନ କରି) ସିଧାସଳଖ ଭାରତ ନିର୍ବାଚନ ଆୟୋଗଙ୍କ ପାଖକୁ ପ୍ରେରଣ କରିବେ। ନାମାଙ୍କନର ଶେଷ ତାରିଖ ୨୦ ଅକ୍ଟୋବର ୨୦୨୫ (ସୋମବାର) ସୁଦ୍ଧା ଫର୍ମାଟ-ସିଏ (Format CA)କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଜରିଆରେ ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୪ ଅକ୍ଟୋବର ୨୦୨୫ ସୁଦ୍ଧା ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ଫର୍ମ ୭ ଏ(Form 7 - A)କୁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ। ଉପରୋକ୍ତ ସମସ୍ତ ଦସ୍ତାବିଜ୍ [email protected] ଜରିଆରେ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରିବେ।
ଆହୁରି ପଢ଼ନ୍ତୁ: ବିଜେପିର ବିଜୟ ସଂକଳ୍ପ ସମାବେଶ; ନୂଆପଡ଼ା ଦେଖିବ ବିକାଶର ଗତି: ମୁଖ୍ୟମନ୍ତ୍ରୀ
ଶେଷ ସୂଚନା କ୍ରମେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଜଣାଇ ଦିଆଯାଉଛି ଯେ ଉପରୋକ୍ତ ନିର୍ଦ୍ଦେଶାବଳୀକୁ ପାଳନ ନ କରିବା ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଭାବରେ ବିବେଚିତ କରାଯିବ। ଏ ସମ୍ବନ୍ଧରେ ଅଧିକ ସୂଚନା ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ ଓ ବିଭିନ୍ନ ସାମାଜିକ ଗଣମାଧ୍ୟମ ହାଣ୍ଡେଲରୁ ପାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/17/election-commission-of-india-2025-10-17-15-22-24.jpg)