କୃଷି ଏବଂ କୃଷକ କଲ୍ୟାଣ ଅଭିଯାନ କର୍ମଶାଳା

Advertisment
କୃଷି ଏବଂ କୃଷକ କଲ୍ୟାଣ ଅଭିଯାନ କର୍ମଶାଳା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମବନ୍ଧାଠାରେ କୃଷି ଓ କୃଷକ କଲ୍ୟାଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୈବିକ କୃଷି ମୃତ୍ତିକା, ସ୍ୱାସ୍ଥ୍ୟକାର୍ଡ, କୃଷି ଯନ୍ତ୍ରପାତିକରଣ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଂପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଧରମବନ୍ଧା, ଚୁଲାଭାଟ, ଭାରୁଆମୁଣ୍ଡା ପଞ୍ଚାୟତର ୫୦୦ରୁ ଊର୍ଦ୍ଧ୍ୱ କୃଷକ ଭାଇ ଓ ଭଉଣୀ ଯୋଗ ଦେଇଥିଲେ। ଏଥିରେ ନୂଆପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପକୃଷି ନିର୍ଦ୍ଦେଶକ ଉମେଶଚନ୍ଦ୍ରଦାସ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ। ସହକାରୀ କୃଷି ଅଧିକାରୀ ସୁଧାଂଶୁଶେଖର ସାହୁ, ସହକାରୀ କୃଷି ଯାନ୍ତ୍ରିକ ପ୍ରମୋଦ ଦାସ ବିଭିନ୍ନ ବିଷୟରେ କହିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ନୂଆପଡ଼ାର କୃଷି ପରିଚାଳକ ଲଖନଲାଲ ମୀନା ଜୈବିକ କୃଷିର ଆବଶ୍ୟକତା, ଲାଭ ଏବଂ ଉପାଦେୟତା ସମ୍ବନ୍ଧରେ ଲୋକଙ୍କୁ ସଂପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ପରେ ଏକ କୁଇଜ୍‌ ପ୍ରତିଯୋଗିତାର ଆୟୋଜନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe