ଖଡ଼ିଆଳରେ ଚାଷୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Advertisment
ଖଡ଼ିଆଳରେ ଚାଷୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚନାବେଡା ଗ୍ରାମର ଚାଷୀ କବିରାଜ ବେହେରା ନିଜ ଆଖୁ ଜମିରେ ଥିବା କୂଅରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ନେଇ ଖଡ଼ିଆଳ ଥାନା ପୁଲିସ ତଦନ୍ତ କରିଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ପକ୍ଷରୁ ମଧ୍ୟ ଆତ୍ମହତ୍ୟାର କାରଣ ସ୍ପଷ୍ଟ କରାଯାଇନାହିଁ।

କବିରାଜ ବେହେରାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଅଛନ୍ତି। ତାଙ୍କ ସ୍ତ୍ରୀ କେଶନି ବେହେରା ବଜାର ଯାଇଥିବା ସମୟରେ ଏଭଳି ଅଘଟଣ ଘଟିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe