ଭାଲୁ ଆକ୍ରମଣରେ ଚାଷୀ ମୃତ

Advertisment
ଭାଲୁ ଆକ୍ରମଣରେ ଚାଷୀ ମୃତ

ସିନାପାଲି,: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଝାରବନ୍ଧ ଗ୍ରାମର ଚାଷୀ ଲମ୍ବୁଧର ବାଗ (୫୫)ଙ୍କ ଭାଲୁ ଆକ୍ରମଣରେ ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ ଶ୍ରୀ ବାଗ ତାଙ୍କ ଚାଷ ଜମିରେ କାମ କରୁଥିବା ବେଳେ ନିକଟସ୍ଥ ନାରାୟଣ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ମୁହଁକୁ ରାମ୍ପୁଡ଼ି ଦେଇଥିଲା। ରାତିରେ ତାଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଏନେଇ ସିନାପାଲି ବନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ମୁରଲୀ ପ୍ରସାଦ ପଣ୍ତା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe