ଚୁଲି ନିଆଁରୁ ଅଗ୍ନିକାଣ୍ଡ: ଘର ଜଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

Advertisment
ଚୁଲି ନିଆଁରୁ ଅଗ୍ନିକାଣ୍ଡ: ଘର ଜଳି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ନୂଆପଡ଼ା/ ଖଡ଼ିଆଳ- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ଼ରାମୁଣ୍ଡା ଗ୍ରାମରେ ଗତକାଲି ବିଲମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଅଗ୍ନିକାଣ୍ଡରେ ପୃଥ୍ୱୀରାଜ ବନଛୋରଙ୍କ ଘର ପୋଡି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ବି ନଷ୍ଟ ହୋଇଛି।

ଗତକାଲି ରାତ୍ରିରେ ଖାଦ୍ୟ ପ୍ରସ୍ତୁତ କରି ଖାଇସାରିବା ପରେ ପରିବାର ଲୋକେ ଶୋଇ ପଡ଼ିଥିଲେ। ତେବେ ରୋଷେଇ  ପାଇଁ ଜଳାଇଥିବା ଚୁଲିର ନିଆଁକୁ ଲିଭାଇ ନଥିଲେ। ଫଳରେ ଚୁଲିର ନିଆଁରୁ ଅଗ୍ନିକାଣ୍ଡ ଘଟିଛି। ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଁଞ୍ଚି ଅଗ୍ନି ଉପରେ ଆୟତ୍ତ କରିଥିଲେ। ତାଙ୍କ ଛାତ ପୋଡି ନଷ୍ଟ ହୋଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe