ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ: ବିପୁଳ ସାମଗ୍ରୀ ପୋଡ଼ି ଭସ୍ମୀଭୂତ

Advertisment
ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ: ବିପୁଳ ସାମଗ୍ରୀ ପୋଡ଼ି ଭସ୍ମୀଭୂତ

ନୂଆପଡ଼ା: ନୂଆପଡା ଜିଲ୍ଲା କୋମନା ଥାନା କାଣ୍ଡେତରା ଗ୍ରାମର ଘରେ ଲାଗିଲା ନିଆଁ। ସର୍ଟସାର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଅଛି। ଗ୍ରାମର ବାବୁଲାଲ ସତନାମିଙ୍କ ଘରେ ଅଗ୍ନିକାଣ୍ଡ ହୋଇ ଘରେ ଥିବା ଫଟକା ଫାଟି ବ୍ୟାପକ ଶବ୍ଦ ହେବାରୁ ଗ୍ରାମବାସୀମାନେ ଭୟଭୀତ ହୋଇଥିବା ଜଣାପଡିଛି। ଆଜି ଘରେ ତାଙ୍କ ସ୍ତ୍ରୀ ଥିବା ସମୟରେ ହଠାତ୍ ବିଦ୍ୟୁତ ତାରରେ ନିଆଁ ଜଳିଥିଲା। ଏହା ସହ ପାଖରେ ଖଲିଦନା ଥିବାରୁ ନିଆଁ ଲାଗି ଯାଇଥିଲା।

ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଦୀପାବଳି ସମୟରେ ବାଣ ବ୍ୟବସାୟ କରୁଥିବା ବାବୁଲାଲ ବିକ୍ରିରେ ରହି ଯାଇଥିବା ବଳକା ବାଣକୁ ଘରେ ରଖିଥିଲେ। ସେହି ବାଣରେ ମଧ୍ୟ ନିଆଁ ଲାଗି ଯାଇଥିଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଅଗ୍ନିଶ୍ରମ ବିଭାଗ ନିଆଁ ଲିଭାଇବାରେ ସଫଳ ହୋଇଛି। ବ୍ୟାପକ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe