ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ନୂଆପଡ଼ା ଆରଆଇ ଓ ଅଧିକାରୀ ସଂଘ

Advertisment

ଆର୍‌ଆଇ ଓ ଏଆର୍‌ଆଇଙ୍କୁ ଆକ୍ରମଣ ଘଟଣା:

ଆର୍‌ଆଇ ଓ ଏଆର୍‌ଆଇଙ୍କୁ ଆକ୍ରମଣ ଘଟଣା:

ଅଭିଯୁକ୍ତକୁ ଗିରଫ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ନୂଆପଡ଼ା ଆରଆଇ ଓ ଅଧିକାରୀ ସଂଘ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ତହସିଲ ଅଫିସର ଆରଆଇ ବୈଷ୍ଣବ ହାତୀ ଓ ଏଆରଆଇ ନଳିନୀ ରଞ୍ଜନ ମିଶ୍ରଙ୍କୁ ଜଣେ ଟ୍ରାକ୍ଟର ମାଲିକ ଆକ୍ରମଣ କରିବା ଘଟଣାର ଅଭିଯୁକ୍ତକୁ ଗିରଫ ଦାବିରେ ନୂଆପଡ଼ା ଆର୍‌ଆଇ ସଂଘ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍‌ ସାଲେଭଟା ଗାଁରେ ଏକ ବାଲି ବୋ‌ଝେଇ ଟ୍ରାକ୍ଟରକୁ ନୂଆପଡ଼ା ଆରଆଇ ବୈଷ୍ଣବ ହାତୀ, ଏଆରଆଇ ନଳିନୀ ରଞ୍ଜନ ମିଶ୍ର ଅଟକାଇ ୱାଇ ଫର୍ମ ମାଗିଥିଲେ। କିନ୍ତୁ ଏହି ଫର୍ମ ନଥିବାରୁ ନୂଆପଡ଼ା ଆରଆଇ ନୂଆପଡ଼ା ଅତିରିକ୍ତ ତହସିଲଦାରଙ୍କୁ ଜଣାଇଥିଲେ। ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିବା ଆଗରୁ ଟ୍ରାକ୍ଟର ମାଲିକ ଭୋଳାନାଥ ଚଲାନ ଟ୍ରାକ୍ଟରକୁ ନେଇ ପଲାଇଥିଲେ। ଏହାପରେ ଅତିରିକ୍ତ ତହସିଲଦାର ଆରଆଇ ଓ ଏଆରଆଇଙ୍କୁ ଟ୍ରାକ୍ଟରକୁ ଧରିବାକୁ କହିଥିଲେ। ୨ଜଣ ଟ୍ରାକ୍ଟରକୁ ଧରିବା ପାଇଁ ଯାଇଥିବା ବେଳେ ଟ୍ରାକ୍ଟର ମାଲିକ ଭୋଲା ଚଲାନ ଓ କିଛି ବ୍ୟକ୍ତି ଆରଆଇ ବୈଷ୍ଣବ ହାତୀ ଓ ନଳିନୀ ରଞ୍ଜନ ମିଶ୍ରଙ୍କୁ ଆସି ମାଡ଼ମାରିଥିବା ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ ଗିରଫ କରୁନାହିଁ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବା ସହ ଚଢ଼ଉ ସମୟରେ ଆରଆଇ, ଅଧିକାରୀମାନଙ୍କ ସୁରକ୍ଷା ପାଇଁ ପୁଲିସ ‌ଫୋର୍ସର ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂଘ ସଭାପତି ହରବିନ୍ଦ ଯୋଷୀ, ସମ୍ପାଦକ କ୍ଷୀରସିନ୍ଧୁ ବାଗ, ଧନଞ୍ଜୟ ଦଣ୍ଡସେନା, ରାମବିଲାସ ଶଗରିଆ, ନଳିନୀ ରଞ୍ଜନ ମିଶ୍ର, ହିମାଂଶୁ କଣ୍ଟା, ବୈଷ୍ଣବ ହାତୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe