ନୂଆପଡ଼ା: ନୂଆପଡ଼ା ଅବକାରୀ ବିଭାଗ ଏକ ଯାତ୍ରୀବାହୀ ବସରୁ ୧୨ କେଜି ଗଞ୍ଜେଇ ଜବତ କରିବା ସହିତ ୩ ଜଣଙ୍କୁ ଅଟକ ରଖିଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ବୁଧବାର ଖରିଆରରୁ ଖରିଆର ରୋଡ ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସକୁ ଅବକାରୀ କାର୍ଯ୍ୟାଳୟ ପାଖରେ ଅଟକାଇ ଯାଂଚ କରିଥିଲା। ଯାଂଚ ସମୟରେ ଉକ୍ତ ବସରୁ ୩ଟି ବ୍ୟାଗରେ ୧୨ କିଲୋ ଗଞ୍ଜେଇ ବାହାରିଥିଲା। ବ୍ୟାଗଗୁଡ଼କ ବିଷୟରେ ପଚାରିବାରୁ ବସ କର୍ମଚାରୀ ୨ ଜଣ ନାବାଳକ ନାବାଳିକା ଭାଇ ଓ ଭଉଣୀ ଉଦ୍ୟାନବନ୍ଧରୁ ବ୍ୟାଗ ଧରି ଚଢ଼ିଥିବା ଜଣାଇଥିଲେ। ଉକ୍ତ ନାବାଳକ ଓ ନାବାଳିକାଙ୍କୁ ଅଟକ ରଖି ପଚରା ଉଚୁରା କରିବାରୁ ବ୍ୟାଗ ଦେଇଥିବା ବ୍ୟକ୍ତିର ନାମ ଜଣା ପଡ଼ିବା ପରେ ଉକ୍ତ ବ୍ୟକ୍ତିକୁ ମଧ୍ୟ ଅଟକ ରଖି ଅଧିକ ତଦନ୍ତ କରାଯାଉଛି ବୋଲି ଇନସପେକ୍ଟର ବିନୟ ତିର୍କି ପ୍ରକାଶ କରିଛନ୍ତି। କେହି ଯେମିତି ସନ୍ଦେହ ନକରିବେ ସେଥିପାଇଁ ନାବାଳକ ନାବାଳିକାଙ୍କୁ ଉକ୍ତ ବ୍ୟାଗ ଦିଆଯାଇଥିବା ଜଣାପଡ଼ିଛି। ବ୍ୟାଗ ଭିତରେ ଗଞ୍ଜେଇ ଭରିବା ସହିତ ହାତରେ ଏକ ପ୍ରୋଜେକ୍ଟ ପେପର ଦିଆଯାଇଥିଲା। ଉକ୍ତ ଚଢ଼ଉରେ ଶ୍ରୀ ତିର୍କିଙ୍କ ନେତୃତ୍ୱରେ ଏସଆଇ ସୁନା ମାଝୀ, କନଷ୍ଟେବଳ ସୁୁବଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us