ନୂଆପଡ଼ାରେ ପ୍ରବଳ ବର୍ଷା: କେରମେଲିରୁ ପେଠିଆପାଲିକୁ ଯୋଗାଯୋଗ ବିଛିନ୍ନ

ନୂଆପଡ଼ାରେ ପ୍ରବଳ ବର୍ଷା: କେରମେଲିରୁ ପେଠିଆପାଲିକୁ ଯୋଗାଯୋଗ ବିଛିନ୍ନ

ନୂଆପଡ଼ା:  ନୂଆପଡ଼ା ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଲୋକ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଲିଛି। ନୂଆପଡ଼ା ବ୍ଲକ କେରମେଲି ପଞ୍ଚାୟତରେ ପ୍ରବଳ ବର୍ଷା ହେତୁ କେରମେଲି ଓ ପେଠିଆପାଲି ମଝିରେ ଥିବା ବାଙ୍କଟି ନାଳା ଉପରେ ୪ ଫୁଟ ପାଣି ଯାଉଥିବାରୁ କେରମେଲିରୁ ପେଠିଆପାଲି ଯାଏ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇଯାଇଛି। ଏଥିସହ ବର୍ଷା ପାଣିରେ ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ବେଲେ ବର୍ତ୍ତମାନ ସୁଦ୍ଧା ବର୍ଷାରେ କାହାରି ଘର ଭାଙ୍ଗି ନଥିବା କେରମେଲି ସରପଞ୍ଚ ହିରାଲାଲ ମାଝୀ କହିଛନ୍ତି।

publive-image

ମିଳିଥିବା ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାରେ କିଛି ଦିନ ହେବ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ଆଜି ଜିଲ୍ଲାର କୋମନା ବ୍ଲକ୍ ରେ ସର୍ବାଧିକ ୧୪୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ, ବୋଡେନ ବ୍ଲକରେ ୬୯ ମି.ମି, ଖଡିଆଳ ବ୍ଲକରେ ୭୨ ମି.ମି, ନୂଆପଡା ବ୍ଲକରେ ୬୭.୨ ମି.ମି ଓ ସିନାପାଲି ବ୍ଲକରେ ୭୫.୪ ମିମି ବର୍ଷା ରେକର୍ଡ କରାଯାଇଛି।। ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ସର୍ବମୋଟ ୪୨୩.୬ ମି.ମି ବର୍ଷା ରେକର୍ଡ କରାଯାଇଛି। ନୂଆପଡ଼ାରେ ଲଘୁଚାପଜନୀତ ଲଗାଣ ବର୍ଷା ଯୋଗୁଁ ଆଜି ଦିନକ ପାଇଁ ନୂଆପଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡି, ସ୍କୁଲ ଓ +୨କଲେଜକୁ ଛୁଟି ଘୋଷଣା କରିଛନ୍ତି ନୂଆପଡ଼ା ଜିଲ୍ଲାପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe