ନୂଆପଡ଼ାରେ କଂଗ୍ରେସର ସଂଗଠନ ଭଲ ରହିଛି: ଘାସିରାମ ମାଝୀ

ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଆଜି ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ହେଲା ପରେ ଶ୍ରୀ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

New Project (9)

ଭୁବନେଶ୍ବର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଆଜି ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି। ପ୍ରାର୍ଥୀ ଘୋଷଣା ହେଲା ପରେ ଶ୍ରୀ ମାଝୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ନିଜର ପ୍ରତିକ୍ରିୟାରେ ସେ କହିଛନ୍ତି, ସର୍ବପ୍ରଥମେ ଏଆଇସିସି, ପିସିସି ସଭାପତି ଭକ୍ତଚରଣ ଦାସ ଓ ବରି‌ଷ୍ଠ ନେତାଙ୍କୁ ଧନ୍ୟବାଦ ଜଣାଉଛି। ଲୋକେ ଚର୍ଚ୍ଚା କରୁଥିଲେ ଯେ, ମୋତେ ନୂଆପଡ଼ା ଉପନିର୍ବାଚନ ପାଇଁ ଟିକେଟ ମିଳିବ। ଗଣମାଧ୍ୟମ ଜରିଆରେ ମୋତେ ଟିକେଟ ମିଳିଥିବା ଜାଣିଲି। ଟିକେଟ ମିଳିବା ନେଇ ମନରେ ସଂକଟ ଥିଲା। ଯେହେତୁ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି ଏବଂ ଭକ୍ତ ଦାସ ଆମ ଅଞ୍ଚଳର, ସେଥି ପାଇଁ ଟିକେଟ ମିଳିବାର ଆଶା ମଧ୍ୟ ରଖିଥିଲି। 

ଶ୍ରୀମ ମାଝୀ କହିଛନ୍ତି, ଏହି ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ହୋଇସାରିଛୁ। ନୂଆପଡ଼ା ଓ ଖରିଆର ବିଧାନସଭା ନିର୍ବାଚନ ପାଇଁ ସଂଯୋଜକ ଭାବେ କାମ କରିଛି। ମୁଁ ଏହି ନିର୍ବାଚନରେ ନିଶ୍ଚିତ ଭାବେ ଜିତିବି। ଗାଁ ଗହଳିରେ ବୁଲିଛି। ଲୋକଙ୍କୁ ଭେଟିଛି। ନୂଆପଡ଼ାରେ କଂଗ୍ରେସର ସଂଗଠନ ଭଲ ରହିଛି। ଢୋଲକିଆଙ୍କୁ ଲୋକେ ଗ୍ରହଣ କରିବେ ନାହିଁ। ବିଗତ ଦିନର ଢୋଲକିଆଙ୍କୁ ମୁଁ ସାହାଯ୍ୟ କରିଛି। ତାଙ୍କ ପ୍ରତି ଲୋକଙ୍କର ସହାନୁଭୂତି ରହିବ ନାହିଁ। ବରଂ ଲୋକେ ମ‌ୋ ପ୍ରତି ସହାନୁଭୂତି ଦେଖାଇବେ। ବିପୁଳ ସମର୍ଥନ ଜଣାଇ ନିର୍ବାଚନରେ ମୋତେ ଜିତାଇବେ। 

ଆସନ୍ତା ନଭେମ୍ବର ୧୧ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ଏଥି ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି ଘାସିରାମ ମାଝୀଙ୍କୁ ଦଳୀୟ ପ୍ରାର୍ଥୀ କରିବା ପାଇଁ ସୋମବାର ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସିର ରାଜନୈତିକ ବ୍ୟାପାର କମିଟିର ସର୍ବସମ୍ମତ ପ୍ରସ୍ତାବରେ ମଙ୍ଗଳବାର ମୋହର ଲଗାଇଛି ଏଆଇସିସି। ଆଜି ଏହି ମର୍ମରେ ଏଆଇସିସି ପକ୍ଷରୁ ସାଧାରଣ ସଂପାଦକ (ସଙ୍ଗଠନ) ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଶ୍ରୀ ମାଝୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷିତ ହେବାପରେ ଦଳୀୟ ମହଲରେ ଆନନ୍ଦ ପ୍ରକାଶ ପାଇଛି।

୪୦ ବର୍ଷ ହେଲା ରାଜନୀତିରେ ଅଛି। ଆଇନଜୀବୀ ଓ ଜଣେ ଚାଷୀ ଭାବେ ଲୋକଙ୍କର ସହିତ ଅଛି। ଗତକାଲି ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତରେ ଆସି ୧୧୦୦ କୋଟି ଟଙ୍କାର ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିଲା। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନିର୍ବାଚନରେ କୌଣସି କାମକୁ ଆସିବ ନାହିଁ। 

congress | Nuapada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe