ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ବିଭିନ୍ନ ବେଆଇନ କାମ ଚାଲିଥିବାର ଅଭିଯୋଗ ହୋଇଛି। ଏହାପରେ ମଧ୍ୟ ଉଭୟ ରାଜ୍ୟ ସୀମାନ୍ତରେ ଦିନକୁ ଦିନ ବେଆଇନ କାମ ଚାଲୁଥିଲେ ମଧ୍ୟ ପୁଲିସ ଜାଣିପାରୁ ନାହିଁ। ପୁଣି ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ବେଆଇନ ଭାବେ ଚେକଗେଟ୍ କରି ଓଡ଼ିଶାରୁ ଛତିଶଗଡ଼ ଯାଇଥିବା ଲୋକଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଉଥିବାର ଦେଖିବାକୁ ମିଳିଛି।
ପ୍ରଶାସନ ଯେ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଭାଲେଶ୍ବର ପଞ୍ଚାୟତ ଆମୋଦି ଗ୍ରାମର ଦେଇ ଜୋଙ୍କ ନଦୀ ହୋଇ ଛତିଶଗଡ଼ ଚରୋଦା ଯିବାକୁ ରାସ୍ତା ରହିଛି। ହେଲେ ଏହି ରାସ୍ତାରେ ଆମୋଦି ଗ୍ରାମର ଜଣେ ଲୋକ ବେଆଇନ ଭାବେ ନଦୀ ଆରମ୍ଭରେ କାଠ ସାହାଯ୍ୟରେ ଚେକଗେଟ୍ ନିର୍ମାଣ କରିଥିବା ବେଳେ ଏକ ଘର କରି ସେଠାରେ ଜଣେ ବ୍ୟକ୍ତିକୁ ରଖି ଓଡ଼ିଶାରୁ ଛତିଶଗଡ଼, ଛତିଶଗଡ଼ରୁ ଓଡ଼ିଶାକୁ ବାଇକରେ ଆସିଥିବା ବ୍ୟକ୍ତିଙ୍କୁ ୧୦ ଟଙ୍କା ଓ କାରରେ ଯାଇଥିବା ବ୍ୟକ୍ତିଙ୍କୁ ୭୦ ଟଙ୍କା ଆଦାୟ କରାଯାଉଛି। ଏହା ବଦଳରେ ବ୍ୟକ୍ତିମାନଙ୍କୁ ଗ୍ରାମ ପଞ୍ଚାୟତ ଭାଲେଶ୍ବର ବୋଲି ଏକ ରୋଡ଼ ଟାକ୍ସ ଜାଲିଆତି ରସିଦ ଦିଆଯାଇଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି। ଯେଉଁ ରସିଦରେ ପଞ୍ଚାୟତର କୌଣସି ସିଲ ନାହିଁ।
ଏହପରି ପ୍ରତିଦିନ ଏହି ବେଆଇନ ଚେକଗେଟରେ ୫ଶହରୁ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ ହେଇଥିବା ଜଗୁଆଳୀ କହିଛନ୍ତି। ଜଗୁଆଳୀଙ୍କୁ ପ୍ରତିଦିନ ୨୦୦ ଟଙ୍କା ଦେଉଥିବା କହିଛନ୍ତି। ଏପରି ଭାବେ ବର୍ଷବର୍ଷ ଆମୋଦୀ ଗ୍ରାମର ଜଣେ ବ୍ୟକ୍ତି ବେଆଇନ ଭାବେ ଲକ୍ଷଲକ୍ଷ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ହେଲେ ଜିଲ୍ଲାପ୍ରଶାସନ କିମ୍ବା ପୁଲିସ ପ୍ରଶାସନଠାରେ କୌଣସି ଖବର ନଥିବା ବର୍ତ୍ତମାନ ଚର୍ଚ୍ଚା ବିଷୟ ହୋଇଛି। ଏହା ଉପରେ ଚେକଗେଟ୍ କରିଥିବା ବ୍ୟକ୍ତିଙ୍କୁ ପଚାରିବାରୁ ସେ କହିଥିଲେ ଯେ ପଞ୍ଚାୟତର ଅନୁମତିରେ ୬ ହଜାର ଜମା କରାଯାଇଛି। ଅନ୍ୟପକ୍ଷେ ଭାଲେଶ୍ବର ପଞ୍ଚାୟତ ସରପଞ୍ଚ ସରୋଜଦେବୀ ଅଗ୍ରୱାଲ କହିଛନ୍ତି ଯେ ପଞ୍ଚାୟତ ପକ୍ଷରୁ କୌଣସି ଚେକଗେଟ୍ ପାଇଁ ଅନୁମତି ଦିଆଯାଇ ନାହିଁ। ବେଆଇନ ଭାବେ କରି ଟଙ୍କା ଆଦାୟ କରାଯାଉଛି। ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ଉପଜିଲ୍ଲାପାଳ ତରଣୀସେନ ନାଏକ କହିଛନ୍ତ ଯେ ପ୍ରଶାସନ ପକ୍ଷରୁ ଏମିତି କୌଣସି ସୀମାନ୍ତରେ ଚେକଗେଟ୍ କରି ଟଙ୍କା ଆଦାୟ କରିବା ନିୟମ ନାହିଁ। ଯଦି ଏପରି କରାଯାଇଛି ତାହଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
Follow Us