ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି, ୩ ବନ୍ଧୁକ ସମେତ ସରଞ୍ଜାମ ଜବତ, ଜଣେ ଗିରଫ

Advertisment
ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି,  ୩ ବନ୍ଧୁକ ସମେତ ସରଞ୍ଜାମ ଜବତ, ଜଣେ ଗିରଫ

ନୟାଗଡ଼ : ନୟାଗଡ଼ ସଦର ଥାନା ଅଧୀନ ମାଳିସାହିରେ ବେଆଇନ ଭାବେ ଦେଶୀ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକଙ୍କ ନାମ କାବୁଲି ମହାରଣା, ତାଙ୍କ ଘର ମାଳିସାହି ବୋଲି ଜଣାପଡ଼ିଛି।

କାବୁଲି କାଠ ମିସ୍ତ୍ରୀ ଭାବେ ବୃତ୍ତି ନିର୍ବାହ କରୁଥିବା ବେଳେ, ଭିତରେ ଭିତରେ ନିଜ ଘର ମଧ୍ୟରେ ଏଭଳି ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଛି। ୨୦୧୮ ମସିହାରେ କାବୁଲି ଏଭଳି ବେଆଇନ କାରବାର ନେଇ ମଧ୍ୟ ଗିରଫ ହୋଇଥିଲେ ।

publive-image

ସୂଚନାଅନୁସାରେ  ସେ ବିଭିନ୍ନ ସରଞ୍ଜାମ ସଂଗ୍ରହ କରି କାବୁଲି ବନ୍ଧୁକ ତିଆରି କରୁଥିଲେ। ବରାଦ ଅନୁସାରେ କାବୁଲି ବନ୍ଧୁକ ତିଆରି କରୁଥିଲେ ଏବଂ ୫ ହଜାର ଟଙ୍କା ଦାମରେ ସେ ଏହାକୁ ବିକ୍ରି କରୁଥିଲେ। ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଗତକାଲି ରାତିରେ ଅତିରିକ୍ତ ଏସପି ଉମାକାନ୍ତ ମଲ୍ଲିକ , ଏସଡିପିଓ ନିରଞ୍ଜନ ପାଢୀ , ଟାଉନ ଥାନା ଓ ସଦର ଥାନା ପୁଲିସ ଟିମ୍ ମାଳିସାହିରେ ଚଢାଉ କରିଥିଲା।

୨୦୧୯ ଫେବୃଆର ମାସରେ ମଧ୍ୟ ନୟାଗଡ଼ ସଦର ଥାନା ଅଧୀନ ଗୋପିନାଥପୁରର ସୁଧୀର କୁମାର ବେହେରା ନାମକ ଜଣେ ଯୁବକ ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ଗିରଫ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe