ଖଡିଆଳ: ବୋଡେନ ବ୍ଲକ ଧରଣୀମାଲ ଗ୍ରାମର ରୂପସିଂ କଟା ଓ ତାଙ୍କ ସ୍ତ୍ରୀ ମନ୍ଦରା କଟାଙ୍କ ୨ ମାସର ଶିଶୁକୁ ଚେଙ୍କ ଦିଆଯାଇଛି। ଶିଶୁଟିର ପେଟ ଫୁଲିଥିବାରୁ କଳାଶିରା ହୋଇଛି ଓ ଲୁହା ଚେଙ୍କ ଦେବାକୁ ଗ୍ରାମବାସୀ ଏହି ଦମ୍ପତିଙ୍କୁ ପରାମର୍ଶ ଦେଇଥିଲେ। ଫଳରେ ବାପା ଓ ମା’ ୨ ମାସର ଶିଶୁକୁ ଲୁହା ଚେଙ୍କ ଦେବାରୁ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପିଲାଟିକୁ ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯିବାରୁ ଘଟଣାଟି ପଦାକୁ ଆସିଥିଲା। ଅବଶ୍ୟ ଶିଶୁଟି ସୁସ୍ଥ ହୋଇ ଯିବାରୁ ଘରକୁ ପଠାଇ ଦିଆଯାଇଥିବା ଭାରପ୍ରାପ୍ତ ଅଧିକାରୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଆଚାରୀ ପ୍ରକାଶ କରିଛନ୍ତି।
୨ ମାସର ଶିଶୁକୁ ଚେଙ୍କ
Advertisment
Follow Us