ଏନ୍ ଏ ସି ମାନ୍ୟତା ଦାବି: କୋମନା ବନ୍ଦ ପାଳିତ, ୩୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ

Advertisment
ଏନ୍ ଏ ସି ମାନ୍ୟତା ଦାବି: କୋମନା ବନ୍ଦ ପାଳିତ, ୩୫୩ ନମ୍ୱର ଜାତୀୟ ରାଜପଥ ଅବରୋଧ

କୋମନା: ନୂଆପଡ଼ା ଜିଲ୍ଲା କୋମନାଠାରେ ପ୍ରସ୍ତାବିତ କୋମନା ଏନ ଏ ସି ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ପାଞ୍ଚ ଘଣ୍ଟିଆ ବନ୍ଦ ପାଳିତ ହୋଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ୩୪ ଗୋଟି ଏନ୍ ଏ ସି ଘୋଷଣା କରିଥିବା ବେଳେ କୋମନାକୁ ଏଥିରୁ ବାଦ୍ ଦିଆଯାଇଛି। ପ୍ରତ୍ୟେକ ଦୃଷ୍ଟିକୋଣରୁ କୋମନା ଏନ୍ ଏ ସି ହେବାର ଯୋଗ୍ୟତା ରହିଥିବା ବେଳେ ରାଜନୈତିକ କାରଣରୁ କୋମନାକୁ ବାଦ୍ ଦିଆଯାଇଛି।

କୋମନା ଏନ୍ ଏ ସି ଦାବିରେ ସକାଳ ୮ଟା ରୁ ଅପରାହ୍ନ ୧ଟା ଯାଏ  ପାଞ୍ଚ ଘଣ୍ଟା ପାଇଁ ବନ୍ଦ ପାଳିତ ହେଉଛି। ଏହି ବନ୍ଦ ପାଳନ ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ଆସନ୍ତା ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ପ୍ରକାଶ କରିଛନ୍ତି। କୋମନା ଅର୍ଥନୈତିକ, ଭୌଗୋଳିକ, ସାମାଜିକ ଏବଂ ଭିତ୍ତିଭୂମିର ଦୃଷ୍ଟିକୋଣରୁ କୋମନା ଏନ୍ଏସି ହେବାର ଯଥାର୍ଥତା ରହିଥିବା ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି। ସଦନ ତିୱାରୀ, ଗଙ୍ଗାଧର ପାଣିଗ୍ରାହୀ, ବୀର ପ୍ରଧାନ, ଗୋଲାପ ସେଠୀ ପ୍ରମୁଖଙ୍କ ସହ ସମସ୍ତ ନାଗରିକ ଅନୁଷ୍ଠାନ, ସଂଘ ଏବଂ ବ୍ୟାବସାୟିକ ପ୍ରତିଷ୍ଠାନର ମାଲିକମାନେ ବନ୍ଦକୁ ସହଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe