ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ବେକରୁ ନେଇଗଲେ ହାର

Advertisment

ଦୁର୍ଗା ପୂଜା ଦେଖିବାକୁ ଯାଉଥିବା ଦମ୍ପତିଙ୍କୁ ଲୁଟ୍‌

ଦୁର୍ଗା ପୂଜା ଦେଖିବାକୁ ଯାଉଥିବା ଦମ୍ପତିଙ୍କୁ ଲୁଟ୍‌

ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ବେକରୁ ନେଇଗଲେ ହାର

ନୂଆପଡ଼ା : ଦୁର୍ଗାପୂଜା ଦେଖିବାକୁ ଯାଉଥିବା ଏକ ଦମ୍ପତିଙ୍କଠାରୁ ମଙ୍ଗଳବାର ସନ୍ଧ୍ୟାରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ବେକରୁ ହାର ଲୁଟି ନେଇ ଫେରାର୍‌ ହୋଇଯାଇଛନ୍ତି। ଏହି ଘଟଣା ନୂଆପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ମଙ୍ଗଳବାର ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଅନ୍ତର୍ଗତ ମହତମତରା ଗାଁର ଭଗତ ବିହାରୀ (୩୫) ଓ ତାଙ୍କ ସ୍ତ୍ରୀ ସବିତା ୨ ବର୍ଷର ଝିଅ ସହ ଏକ ବାଇକ ଯୋଗେ ବିରମୋଲ ଗାଁକୁ ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ। ବିରମୋଲ ଗାଁ ପାଖରେ ପଛପଟୁ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଉଭୟଙ୍କୁ ଅଟକାଇଥିଲେ। ସେମାନେ ସବିତାଙ୍କ ବେକରୁ ମଙ୍ଗଳସୁତ୍ର ଛିଣ୍ଡାଇବାକୁ ଉଦ୍ୟମ କରିଥିଲେ। ଭଗତ ଏହାର ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ପିଠିରେ ଏକ ଛୁରି ଭୁସି ଦେଇ ମଙ୍ଗଳସୂତ୍ର ନେଇ ଫେରାର୍‌ ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଭଗତଙ୍କୁ ନୂଆପଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ପୁଲିସ ଠାବ କରିବାରେ ସମର୍ଥ ହୋଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe