କାଜୁ ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଶାଗୁଆନ ଗଛରେ ଓଢ଼ଣି ବାନ୍ଧି ଆତ୍ମହତ୍ୟା କଲେ ନାବାଳିକା

News Track English

ନୂଆପଡ଼ା : ନୂଆପଡ଼ା ଜିଲ୍ଲା  ବୋଡ଼େନ ପୁଲିସ ସୋମବାର ଦିନ ଏକ କାଜୁଗଛରୁ  ଜଣେ ଯୁବକର ମୃତଦେହେ ଉଦ୍ଧାର ହୋଇଥିବା  ଜଣାପଡିଛି। ପୁଲିସ ଠାରୁ ପ୍ରକାଶ ଯେ ବୋଡ଼େନ ବ୍ଳକ  ଆମେରା  ଗ୍ରାମର ଲକ୍ଷ୍ମଣ ବେମାଲଙ୍କ ପୁଆ କେଶବ ବେମାଲ(୨୬) ଆଜି ସକାଳେ କେଶବ ପୋଖରିକୁ ଯାଉଥିବା କହି ଯାଇଥିଲେ। ପରେ ଗାଁ ପାଖରେ ଥିବା  ଏକ ସାଗୁଆନ ବଗିଚା ଠାରେ ଥିବା ଏକ କାଜୁ ଗଛରେ ରଶି ଦେଇ ଆତ୍ମ ହତ୍ୟା କରିଥିଲେ ।

ପରିବାର ଲୋକ ବହୁ ଖୋଜାଖୋଜି କରିଥିବା ବେଲେ କାଜୁଗଛରେ ତାଙ୍କ ମୃତଦେହେ ଦେଖିବାକୁ ପାଇଥିଲେ। ଏହା ଦେଖି ପରିବାର ଲୋକ ବୋଡ଼େନ ଥାନକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜବତ କରିବା ପରେ ଏକ ଅପମୃତ ମାମଲା ରଜୁକରି ଶବ ବ୍ୟବଛେଦ କରି ପରିବାରଙ୍କୁ ହସ୍ତାନ୍ତର କରାଯାଛି ବୋଲି ବୋଡ଼େନ ଥାନା ଅଧିକାରି ସରୋଜ କୁମାର ମଲ୍ଲିକ ଠାରୁ ପ୍ରକାଶ।  ଯୁବକ  ଜଣଙ୍କ   କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe