କେରପାଇରେ ମାଓ ପୋଷ୍ଟର

Advertisment
କେରପାଇରେ ମାଓ ପୋଷ୍ଟର

ଥୁଆମୂଳ ରାମପୁର: ଥୁଆମୂୂଳ ରାମପୁର ବ୍ଲକ୍‌ କେରପାଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗୁରୁବାର ସନ୍ଧ୍ୟାରେ ଏକ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଥିଲା। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଛୋଟ ଦୋକାନର କାନ୍ଥରେ ଏହା ଲଗା ଯାଇଥିଲା। ଲାଲ ସ୍ୟାହିରେ ଲେଖା ଯାଇଥିବା ଏହି ପୋଷ୍ଟରରେ କୁଟ୍ରୁମାଳିରେ ଖଣି ଖନନ ଯୋଜନାକୁ ରୋକିବା ପାଇଁ କୁହାଯାଇଛି। ଏଥିପାଇଁ ଆସନ୍ତା ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଏହି ପୋଷ୍ଟର ମାଧ୍ୟମରେ ଡାକରା ଦିଆଯାଇଛି। ଉକ୍ତ ଦିନଗୁଡ଼ିକରେ ଏ ଅଞ୍ଚଳରେ ଆମ୍ବୁଲାନ୍‌ସକୁ ଛାଡ଼ି ଅନ୍ୟ ସରକାରୀ ଯାନବାହନ ଚଳାଚଳକୁ ବିରୋଧ କରାଯାଇଛି। ଶେଷରେ ମାଓବାଦୀ ନାଗାବଳୀ ମହାସଂଘ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe