ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ସମେତ ୫୦ରୁ ଅଧିକ ଆହତ

Advertisment
ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ସମେତ ୫୦ରୁ ଅଧିକ ଆହତ

ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଦୋହେଲପଡା ଗାଁରେ ମହୁମାଛି ଆକ୍ରମଣରେ ସରପଞ୍ଚଙ୍କ ସମେତ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେଥିରୁ ୪ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଆଜି ଦୋହେଲପଡା ଗାଁରେ ସାପ୍ତାହିକ ବଜାର ଚାଲିଥିଲା। ଏହି ବଜାରରେ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଲୋକେ କିଣାବିକା କରୁଥିଲେ। ଏହି ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲା। ଏଥିରେ ୫୦ରୁ ଅଧିକ ଲୋକେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଆହତ ବ୍ୟକ୍ତି ଖଡ଼ିଆଲ, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସିନ୍ଦେକେଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମହୁମାଛି ଆକ୍ରମଣର ନିର୍ଦ୍ଦିଷ୍ଟ କାରଣ ଜଣା ପଡ଼ିନାହିଁ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ସରପଞ୍ଚ ଉଦ୍ଧବ ବେହେରା ସିନ୍ଦେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଏବେ ସେ ସୁସ୍ଥ ଅଛନ୍ତି। ଏଣେ ବର୍ତ୍ତମାନ ହାଟରେ ଅବସ୍ଥା ସ୍ୱାଭାବିକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe