ଲକ୍ଷାଧିକ ଟଙ୍କା ସୁନା ଅଳଂକାର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚୋରି

ଲକ୍ଷାଧିକ ଟଙ୍କା ସୁନା ଅଳଂକାର ସମେତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଚୋରି

କର୍ଲାମୁଣ୍ଡା, : କର୍ଲାମୁଣ୍ଡା ଫାଣ୍ଡି ସାନଡୁଙ୍ଗୁରିଗୁଡ଼ା ଗ୍ରାମର ଦିଲୀପ ସୁନା ନାମକ ଜୈନିକ ବ୍ୟକ୍ତିଙ୍କ ଘରୁ ଗତ ରାତିରେ ଏକ ବଡ଼ଧରଣର ଚୋରି ହୋଇଥିବା ମ. ରାମପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ସକାଳୁ ଉଠି ଶ୍ରୀ ସୁନା
ଘରୁ ଚୋରି ହୋଇଥିବା ଜାଣି ପାରିଥିଲେ। ଘରର ବିଭିନ୍ନ ସାମଗ୍ରୀ ଇତଃସ୍ତତଃ ପଡ଼ି ରହିଥିଲା। ଆଲମାରି ଭଙ୍ଗା ଅବସ୍ଥାରେ ଘର ପଛ ପଟ କ୍ଷେତରେ ପଡ଼ିଥିଲା। ଆଲମାରିରେ ଥିବା ସାଢ଼େ ୩ଭରି ଓଜନର ସୁନା ଗହଣା, ୭ ଭରି ରୁପା ଗହଣା, ନଗଦ ୧୮ ହଜାର ଟଙ୍କା, ୩ଟି ଏସବିଆଇ ଏଟିଏମ, ଶିକ୍ଷାଗତ ପ୍ରମାଣପତ୍ର, ୭ଟି ଆଧାର କାର୍ଡ ଓ ବାଇକର କାଗଜପତ୍ର ଚୋର ନେଇ ଯାଇଥିବା ଶ୍ରୀ ସୁନା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଏନେଇ ମ. ରାମପୁର ଥାନା ପୁଲିସ ଏକ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ପ୍ରକାଶ ଥାଉ କି ଏଣେ ନିର୍ବାଚନ ତାତି ବଢ଼ି ଚାଲିଥିବା ବେଳେ ପୁଣି ପୁଲିସର ପାଟ୍ରୋଲିଂ ଚାଲୁଥିବା ସମୟରେ ଏପରି ଚୋରି ହେବା ଘଟଣା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe