ଟ୍ରକ୍‌ ଧକ୍କାରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା, ମୁସ୍କୁଟି ଗାଁ ଅନ୍ଧାର

ଟ୍ରକ୍‌ ଧକ୍କାରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଲା, ମୁସ୍କୁଟି ଗାଁ ଅନ୍ଧାର

ରୁପ୍ରା: ନର୍ଲା ବ୍ଲକ ମୁସ୍କୁଟି ଗ୍ରାମର ଚାରିଛକରେ ଥିବା ବିଦ୍ୟୁତଖୁଣ୍ଟ ଗୁରୁବାର ଅପରାହ୍ନରେ ଏକ ସାର ବୋଝେଇ ଟ୍ରକ୍‌ (ଓଆର୍‌ ୦୬ ଇ ୦୮୪୭) ଧକ୍କାରେ ଭାଙ୍ଗି ଯାଇଛି। ଟ୍ରକ କେସିଙ୍ଗାରୁ ମୁସ୍କୁଟି ଗ୍ରାମର ତ୍ରିମୁର୍ତ୍ତି ଦୋକାନକୁ ଆସୁଥିଲା। ଭୁଲ ବଶତଃ ଅନ୍ୟ ରାସ୍ତାରେ ଯାଉଥିଲା। ଡ୍ରାଇଭର ଟ୍ରକକୁ ଠିକରାସ୍ତାକୁ ଆଣିବା ପାଇଁ ବେକ୍‌ କରୁଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ପଛପଟୁ ଜୋର୍‌ରେ ଧକ୍କା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହି ସମୟରେ ଲୋକେ ରାସ୍ତାରେ ଚଳପ୍ରଚଳ ହେଉଥିଲେ। ଜୀବନ୍ତ ତାର ରାସ୍ତା ତଥା ଘରମାନଙ୍କ ଉପରେ ପଡିଯିବାରୁ ଜୀବନ ବିକଳରେ ଲୋକେ ପଡିଉଠି ଦୌଡିବାକୁ ଲାଗିଲେ। ସୌଭାଗ୍ୟ ବଶତଃ କାହାର କୌଣସି କ୍ଷତି ହୋଇ ନଥିଲା। ପରେ ଉତ୍ୟକ୍ତ ଲୋକେ ଟ୍ରକକୁ ଅଟକ ରଖିଥିଲେ। ଏହି ଦୁର୍ଘଟଣା ପରେ ମୁସ୍କୁଟି ଗାଁ ଅନ୍ଧାରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe