ଆଜି ୨୦୨୫ ନଭେମ୍ବର ୧୧ ତାରିଖ। ଆଜିର ପ୍ରମୁଖ ଖବର କଥା ଯଦି କହିବା ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ନେଇ ଦିଲ୍ଲୀବାସୀ ସ୍ତବ୍ଧ ହୋଇଯାଇଛନ୍ତି। ବ୍ୟାପକ ସୁରକ୍ଷା ମଧ୍ୟରେ ଥିବା ରାଷ୍ଟ୍ରୀୟ ରାଜଧାନୀରେ ଏଭଳି ଘଟଣା ନେଇ ଦେଶ-ବିଦେଶରେ ଚର୍ଚ୍ଚା ଚାଲିଛି। ଏହାରି ମଧ୍ୟରେ ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ସେହିପରି ବିହାର ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ମତଦାତାମାନେ ଭୋଟ୍ ଦେଉଛନ୍ତି।
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Nov 11, 2025 08:45 IST
ବଲିଉଡ୍ ଅଭିନେତ୍ରା ଧର୍ମେନ୍ଦ୍ରଙ୍କ ପରଲୋକ
ବଲିଉଡ୍ ଅଭିନେତ୍ରା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଧର୍ମେନ୍ଦ୍ରଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ କିଛି ଦିନ ହେଲା ଡାକ୍ତରଖାନାରେ ଭର୍ତ୍ତି ଥିଲେ। ତାଙ୍କର ଚିକିତ୍ସା ଜାରି ଥିଲା।
- Nov 11, 2025 08:42 IST
ଟ୍ରମ୍ପଙ୍କ ମନୋଭାବ ନରମ!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଇଙ୍ଗିତ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତ ରୁଷରୁ ତେଲ କିଣିଥିବାରୁ ଏହି ଶୁଳ୍କ ଲଗାଯାଇଥିଲା, ଯାହାକୁ ଭାରତ ଏବେ ବନ୍ଦ କରିଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ସହିତ ସାମ୍ପ୍ରତିକ କୌଣସି ଆଲୋଚନାକୁ ଅସ୍ୱୀକାର କରିଛି। ଟ୍ରମ୍ପ ଭାରତ ସହିତ ଏକ ‘ନିଷ୍ପକ୍ଷ ଚୁକ୍ତି’ କରିବା ବିଷୟରେ ମଧ୍ୟ କଥା ହୋଇଛନ୍ତି।
- Nov 11, 2025 07:47 IST
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା
ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ରଣନୈତିକ ସ୍ୱାର୍ଥକୁ ବୃଦ୍ଧି କରିବ। ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନ୍ୟୁଜିଲ୍ୟାଣ୍ଡ ବାଣିଜ୍ୟ ମନ୍ତ୍ରୀ ଟଡ୍ ମ୍ୟାକଲେଙ୍କ ନେତୃତ୍ୱରେ ହୋଇଥିବା ଆଲୋଚନାରେ ରଣନୈତିକ ସ୍ୱାର୍ଥ ସହିତ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା। z ପ୍ରତିରକ୍ଷା ସହଯୋଗ ବୃଦ୍ଧି, ଯୋଗାଣ ଶୃଙ୍ଖଳାରେ ଉନ୍ନତି ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହି ଚୁକ୍ତିନାମା ଭାରତର 'ଆକ୍ଟ ଇଷ୍ଟ' ନୀତିକୁ ମଧ୍ୟ ସୁଦୃଢ଼ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/10/1breaking-news-monday-2025-11-10-21-55-02.jpg)