ଭୁବନେଶ୍ବର: ନୂଆପଡା ଦେଇଛି ରାୟ । ବିଜେପି ମୁଣ୍ଡରେ ବିଜୟ ଟୀକା ପିନ୍ଧାଇଛନ୍ତି ନୂଆପଡ଼ାବାସୀ । ‘ଅତାବିରା ଅତିଥି’ଙ୍କୁ ଭରସା ନକରି ମାଟିର ପୁଅ ଜୟ ଢୋଲକିଆଙ୍କୁ ଜିତାଇଛନ୍ତି ସତ ହେଲେ ଅନ୍ୟ ଜଣେ ମାଟିର ଯୋଦ୍ଧାଙ୍କୁ ପରାଜୟର ସ୍ବାଦ ଚାଖିବାକୁ ପଡିଛି । ଲଢେଇରେ ବିଜୟ ପରାଜୟ ରହିଛି । ଜଣେ ଜିତିଲେ ଅନ୍ୟମାନଙ୍କୁ ହାରିବାକୁ ପଡେ ଏହା ନୀତି ଓ ନିୟମ । ତେଣୁ ରାଜନୀତିରେ ବି ସେହି ସମାନ ସ୍ଥିତି । ହେଲେ ନୂଆପଡାର ଗଣିତ ଯଦି ଆପଣ ଦେଖିବେ ତାହାଲେ ଏଥର ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛି ‘ହାତ’ । କଂଗ୍ରେସର ପ୍ରଦର୍ଶନ ବିଜେଡି ଠାରୁ ଭଲ ହୋଇଛି । ଆଉ କଂଗ୍ରେସ ବିଜେଡିକୁ ପଛରେ ପକାଇ ୨ୟ ଦଳ ଭାବେ ନିଜ ସ୍ଥିତି ସେମିତି ବଜାୟ ରଖିଛି ।
ଘାସିରାମଙ୍କୁ କେବେ ମିଳିବ ଖୁସି ?
୨୦୧୪, ୨୦୧୯, ୨୦୨୪ ଏବଂ ୨୦୨୫ ଉପନିର୍ବାଚନରେ କଂଗ୍ରେସ ଘାସିରାମ ମାଝୀଙ୍କୁ ବାରମ୍ବାର ପ୍ରାର୍ଥୀ କରୁଛି ଆଉ ଘାସିରାମ ବାରମ୍ବାର ପରାଜୟର ସ୍ବାଦ ଚାଖୁଛନ୍ତି । ୨୦୧୯ ଏବଂ ୨୦୨୪ରେ କଂଗ୍ରେସ ଏବଂ ଘାସିରାମ ମାଝୀ ୨ୟ ସ୍ଥାନ ବଜାୟ ରଖିଥିବା ବେଳେ ଏହା ତାଙ୍କର ହାଟ୍ରିକ୍ ସତ ହେଲେ ଏଥର ବି ସେ ନିରାଶ ।
ମାଟିର ଯୋଦ୍ଧାଙ୍କୁ ମୁକୁଟ ମନା କି ?
ଘାସିରାମ ଜଣେ ମାଟିର ମଣିଷ, ଆଦିବାସୀଙ୍କ ହକ୍ ପାଇଁ ଲଢେଇ କରୁଥିବା ନେତା । ସବୁବେଳେ ମାଟି, ପାଣି, ଚାଷୀର ସ୍ବାର୍ଥ ପାଇଁ ସ୍ବର ସାଜୁଥିବା ନେତା, ହେଲେ ସେ କଣ ପାଇଁ ବାରମ୍ବାର ହାରୁଛନ୍ତି ତାହା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଭଲ ଲୋକଙ୍କୁ କାହିଁକି ଭୋଟ୍ ମିଳେନି ସେ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସର ମୁଖପାତ୍ର ବିଭୂତି ଭୂଷଣ ମହାପାତ୍ର ।
/filters:format(webp)/sambad/media/media_files/2025/11/14/bibhuti-bhusan-mohapatra-2025-11-14-23-05-45.jpeg)
ଘାସିରାମ ଲଢିବାରେ ଖୁସି ପାଆନ୍ତି…
ବିଭୂତି କହିଛନ୍ତି- ପ୍ରଥମ କଥା ହେଲା ଘାସିରାମ ମାଝୀ ଜିତିବାରେ ଯେତିକି ଖୁସି ନୁହଁନ୍ତି ସେତିକି ଖୁସି ଅଛନ୍ତି ଲଢିବାରେ । ଘାସିରାମ ବର୍ଷ ତମାମ ଲୋକଙ୍କ ସମସ୍ୟାକୁ ନେଇ ଲଢୁଥାନ୍ତି । ଚାଷୀଙ୍କ କଥା କୁହନ୍ତି, କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବର ସାଜନ୍ତି, ନୂଆପଡାବାସୀଙ୍କ ପାଖରେ ଛିଡା ହୋଇ ବର୍ଷ ତମାମ ସେମାନଙ୍କ ସମସ୍ୟା ପାଇଁ ଲଢେଇ କରୁଥାନ୍ତି ଆଉ ଖୁସି ହେଉଥାନ୍ତି । ଆବ୍ରାହମ ଲିଙ୍କନଙ୍କ ଉଦାହରଣ ଦେଇ ଆଜି ଘାସିରାମ ମାଝୀ କହିଛନ୍ତି ମୁଁ ଆଉ ତିନି ଥର ଲଢିବି… ଏହା ହିଁ ତାଙ୍କର ଲଢିବାର ମାନସିକତା ।
/filters:format(webp)/sambad/media/media_files/2025/11/14/ghasi-ram-majhi-2025-11-14-23-08-11.jpg)
ଘାସିରାମ ଲଢିଲେ, ବିକ୍ରି ହେଲେନି….
ବିଭୂତି ଆହୁରି କହିଛନ୍ତି- ଟଙ୍କା ନିର୍ବାଚନରେ ଖର୍ଚ୍ଚ ହେବ କିନ୍ତୁ ପ୍ରଚୁର ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢିବା ଗଣତନ୍ତ୍ରର ହତ୍ୟା । ଯେତେବେଳେ ଜୟ ଢୋଲକିଆଙ୍କୁ ବିଜେପି କିଣିଲା ସେତେବେଳେ ଘାସିରାମ ମାଝୀ ଯଦି ବିକ୍ରି ହୋଇଥାନ୍ତେ ତାହାଲେ ଅଧିକ ରେଟରେ ଯାଇଥାନ୍ତେ । ମାତ୍ର ସେ ଲଢିବାକୁ ପସନ୍ଦ କଲେ ବିକ୍ରି ହେବାକୁ ନୁହେଁ । ବିଜେଡିର ମୁଖପାତ୍ର କହିଛନ୍ତି ୩ ଦଳର ପ୍ରାର୍ଥୀଙ୍କ ଭିତରେ ଘାସିରାମ ମାଝୀ ଭଲ ପ୍ରାର୍ଥୀ ଯାହାକୁ ବିଜେପି ମୁଖପାତ୍ର ବି ସ୍ବୀକାର କରିଛନ୍ତି ।
ଜନାଦେଶରେ ବିଶ୍ବାସ କରୁ ଯନ୍ତ୍ରାଦେଶରେ ନୁହେଁ…
ଏଥର ନୂଆପଡ଼ାରେ କଂଗ୍ରେସ ଯେଉଁ ନମ୍ବର ପାଇଛି ସେଥିରେ ଆମେ ଖୁସି । ଆମେ ଜନାଦେଶରେ ବିଶ୍ବାସ କରୁ ଯନ୍ତ୍ରାଦେଶରେ ନୁହେଁ । ଏଠି ଭଲ ଲୋକଙ୍କୁ ଭୋଟ୍ ନାହିଁ । ସମସ୍ତେ ଘାସିରାମଙ୍କୁ ଭଲ କହୁଛନ୍ତି କିନ୍ତୁ ଭୋଟରେ ତାହା ବଦଳୁନି ଏହାର କାରଣ ସମସ୍ତେ ଜାଣନ୍ତି ବୋଲି ବିଭୂତି କହିଛନ୍ତି ।
/filters:format(webp)/sambad/media/media_files/2025/11/14/ghasi-ram-majhi-2025-11-14-23-08-32.jpg)
ପଇସା ଥିଲେ ରେଜଲ୍ଟ ଭଲ ହେଇଥାନ୍ତା…
ସେପଟେ ଖୋଦ୍ ଘାସିରାମ ମାଝୀ ବି ପରାଜୟକୁ ନେଇ ପ୍ରତିକ୍ରିୟା ରଖି କହିଛନ୍ତି- ଆବ୍ରାହମ ଲିଙ୍କନ ୯ ଥର ଲଢିଥିଲେ ମୁଁ ଆହୁରି ୩ ଥର ଲଢିବି । ଏଠାରେ ସବୁ ଟଙ୍କାର ଖେଳ । ଏଠି କାମ କୌଣସି କାର୍ଡ଼ କାମ ଦେଲାନି ଏଠି ଲୋକଙ୍କ ପାଇଁ ଯେତେ କାମ କଲେ କିଛି ଲାଭ ନାହିଁ। ଏଠି ଭୋଜିଭାତରେ କାମ ଚଳିବନି ଲକ୍ଷ ଲକ୍ଷ ଟଙ୍କା କାରବାର କରିବାର ଅଛି । ପଇସା ଥିଲେ ରେଜଲ୍ଟ ଆମର ଭଲ ହେଇଥାନ୍ତା ବୋଲି କହିଛନ୍ତି ଘାସିରାମ ମାଝୀ ।
ଆହୁରି ପଢନ୍ତୁ- Nuapada Election, BJD Rejected By Voters: ନୂଆପଡ଼ାରେ ଫସିଗଲେ ଅତାବିରା ଅତିଥି: ମୁହଁ ମୋଡ଼ିଦେଲେ ମାମୁଘର ଭୋଟର… ବିଜେଡ଼ି ସାଜିଲା ୩ ନମ୍ବର…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/11/14/ghasi-ram-majhi-2025-11-14-23-11-03.jpg)