ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ଦାବିରେ ଛଅ ଘଣ୍ଟିଆ ନୂଆପଡ଼ା ବନ୍ଦ

Advertisment
ମେଡିକାଲ୍ କଲେଜ୍ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ଦାବିରେ ଛଅ ଘଣ୍ଟିଆ ନୂଆପଡ଼ା ବନ୍ଦ

ନୂଆପଡ଼ା: ବିଭିନ୍ନ ଦାବି ନେଇ ଆଜି ନୂଆପଡ଼ା ଜିଲ୍ଲା ବନ୍ଦ ପାଳନ ଚାଲିଛି। ନୂଆପଡ଼ା ଆଇନଜୀବୀ ସଂଘ ଓ ବଣିକ ସଂଘର ମିଳିତ ଆହ୍ବାନକ୍ରମେ ନୂଆପଡ଼ାରେ ଛଅ ଘଣ୍ଟିଆ ବନ୍ଦ ପାଳନ ହେଉଛି। ସକାଳ ଛଅଟାରୁ ୧୨ଟା ଯାଏଁ  ଏହି ବନ୍ଦ ପାଳନ କରାଯାଉଛି। ଜିଲ୍ଲା ବନ୍ଦ ପାଳନ ସମୟରେ ୩୫୩ ନମ୍ବର ଜାତୀୟ ରାଜପଥର ଏକତା ଛକରେ ରାସ୍ତା ଅବରୋଧ କରାଯାଇଛି। ଏହାଫଳରେ ଶହଶହ ଗାଡ଼ି ରାସ୍ତାରେ ଉଭୟ ପଟେ ଠିଆ ହୋଇଥିବାର ପରିଲକ୍ଷିତ ହେଉଛି।

ନୂଆପଡ଼ାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା, କେନ୍ଦ୍ରୀୟ ବିଦ୍ୟାଳୟର ନିଜସ୍ବ ଘର ନିର୍ମାଣ, କେନ୍ଦ୍ରୀୟ ବିଦ୍ୟାଳୟରେ ଦ୍ବାଦଶ ଶ୍ରେଣୀ ଖୋଲିବା, ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଓ ନୂଆପଡ଼ାରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଆଦି ଦାବିରେ ୬ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି।publive-image

ଏହାର ପ୍ରଭାବରେ ଆଜି ଯାନବାହନ ଚଳାଚଳ ଠପ୍ ସହ ଦୋକାନ ବଜାର, ସ୍କୁଲ୍ କଲେଜ୍ , ବେସରକାରୀ ଏବଂ ସରକାରୀ କାର୍ଯ୍ୟାଳୟ ଆଦି ବନ୍ଦ ରହିଛି। ନୂଆପଡ଼ା ଆଇନଜୀବୀ ସଂଘର ସଭାପତି ପ୍ରସନ୍ନ ପାଢ଼ୀ ଓ ଅଶ୍ବିନୀ ବାଗ୍ ପ୍ରମୁଖଙ୍କ ଦ୍ବାରା ପରିଚାଳିତ ବନ୍ଦ ପାଳନ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe