ନୂଆପଡ଼ା: ବସ-ବୋଲେରୋ ମୁହାଁମୁହିଁ ଧକ୍କାରେ ୩ ମୃତ, ଜଣେ ଗୁରୁତର

Advertisment

ଜଣେ ଶିଶୁ ସମେତ ୫ ଆହତ, ଗୁରୁତରକୁ ଭିଏସ୍‌ଏସ୍‌ ମେଡିକାଲକୁ ସ୍ଥାନାନ୍ତର

ଜଣେ ଶିଶୁ ସମେତ ୫ ଆହତ, ଗୁରୁତରକୁ ଭିଏସ୍‌ଏସ୍‌ ମେଡିକାଲକୁ ସ୍ଥାନାନ୍ତର

ନୂଆପଡ଼ା: ବସ-ବୋଲେରୋ ମୁହାଁମୁହିଁ ଧକ୍କାରେ ୩ ମୃତ, ଜଣେ ଗୁରୁତର

ନୂଆପଡ଼ା: ଲକମା ଥାନା ଅନ୍ତର୍ଗତ ପୁରୁମପୁରୀ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ବୋଲେରୋରେ ଥିବା ଯାତ୍ରୀ ଘୋଡାସର ଗ୍ରାମର ହାରାବତୀ ମାଝୀ(୩୫), ଉକିଆ ମାଝୀ(୪୦) ଓ ଖରିଆରର ବସ ଚାଳକ ଦିନେଶ ରାଉତ (୩୫)ଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ନୂଅାଁପଡ଼ା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଆହତମାନେ ହେଲେ ମଦନ ମାଝୀ(୩୦), ସୁନୀତା ମାଝୀ(୨୮), ସାହିଲ ମାଝୀ(୪), ସୁରେନ୍ଦ୍ରୀର ମାଝୀ(୩୫) ଓ ତରୁଣୀ ମାଝୀ(୩୦)। ସାହିଲଙ୍କୁ ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ ନୂଆପଡ଼ାରୁ ଭବାନୀପାଟଣା ଯାଇଥିବା ଜାତୀୟ ରାଜପଥ ୩୫୩ର ପୁରୁମପୁର ନିକଟରେ ଦୁର୍ଘଟଣା ଘଟିଥିଲା। ଖରିଆରରୁ ନୂଆପଡ଼ା ଯାଉଥିବା ଯାତ୍ରୀ ବସ ‘ମଣିବାବା (ଓଆର୨୬ଏ ୫୬୫୭)’ ବିପରୀତ ଦିଗରୁ ଆସୁଥିବା ବୋଲେରେକୁ ଧକ୍କା ଦେଇଥିଲା। ଲକମା ଥାନା ଅନ୍ତର୍ଗତ ଝୋମିମୁଣ୍ଡା ଗ୍ରାମରୁ ୮ଜଣଙ୍କୁ ନେଇ ବୋଲେରୋଟି କୋମନା ଥାନା ଅନ୍ତର୍ଗତ ଘୋଡ଼ାସର ଅଭିମୁଖେ ଯାଉଥିବା ବେଳେ, ଦୁର୍ଘଟଣାର ଶିକାର ହୋଇଥିଲା। ସ୍ଥାନୀୟ ଲୋକଙ୍କର ସହାୟତରେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe