ନୂଆପଡ଼ାର ଦିବ୍ୟାଙ୍ଗ ଝିଅଙ୍କ ନ୍ୟୁଜିଲାଣ୍ଡରେ କମାଲ, ଗ୍ଲୋବାଲ ଫିମେଲ ନମିନି ପାଇଁ ମନୋନୀତ

ନୂଆପଡ଼ାର ଦିବ୍ୟାଙ୍ଗ ଝିଅଙ୍କ ନ୍ୟୁଜିଲାଣ୍ଡରେ କମାଲ, ଗ୍ଲୋବାଲ ଫିମେଲ ନମିନି ପାଇଁ ମନୋନୀତ

କୋମନା (ସରୋଜ କୁମାର ଦାସ): ପିଲାଟି ଦିନରୁ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାକଂର ଦୃଢ଼ ଇଛାଶକ୍ତି ପାଇଁ ନ୍ୟୁଜିଲାଣ୍ଡରେ କମାଲ କରିପାରିଛନ୍ତି ନୂଆପଡ଼ାର ଝିଅ। ନିଜ ପରିବାର ସହିତ ରହି ସେହି ମାଟିରେ ଜନ୍ମଗ୍ରହଣ କରିଥିବା ଓଡିଆ ଝିଅ ହେଲେ ମୁସକାନ। ନୂଆପଡ଼ା ଜିଲ୍ଲାର କୋମନା ମୂଳ ବାସୀନ୍ଦା ବେଣୀମାଧବ ଦେବତାଙ୍କ ଏକ ମାତ୍ର ପୁଅ ଅରୁଣ ଦେବତା ଓ ପୁତ୍ରବଧୁ କବିତା ଦେବତା ଦୀର୍ଘ ୨୦ ବର୍ଷ ହେବ ନ୍ୟୁଜିଲାଣ୍ଡରେ ଚାକିରି କରୁଛନ୍ତି। ଅରୁଣ ଓ କବିତାଙ୍କ ଝିଅ ମୁସକାନ ୧୯୯୯ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ଦୁଃଖର ବିଷୟ ଯେ, ମୁସକାନ ଦେବତା ଜନ୍ମରୁ ଥିଲେ ଦିବ୍ୟାଙ୍ଗ।

ମୁସକାନ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ବି ନ୍ୟୁଜିଲାଣ୍ଡ ମାଟିରେ ଗୋଟିଏ ପରେ ଗୋଟିଏ ସଫଳତା ଆଣି ବାପା-ମା’ଙ୍କ ଟେକ ରଖିବା ସହ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସେହିଭଳି ସେ ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତିା ମୁସକାନ ନ୍ୟୁଜିଲାଣ୍ଡରେ ରହି ପ୍ରଥମେ ଏକ ବହି ଲେଖିଥିଲେ। ଏହି ବହି ସେଠାକାର ଶିକ୍ଷା ବିଭାଗରେ ପ୍ରଚଳନ କରାଯାଇଛି। ଛାତ୍ରଛାତ୍ରୀମାନେ ମୁସକାନଙ୍କ ଦ୍ୱାରା ରଚିତ ପୁସ୍ତକକୁ ପଢୁଛନ୍ତି।

publive-image

ବର୍ତ୍ତମାନ ଗ୍ଲୋବାଲ ଫିମେଲ ନମିନି ପାଇଁ ତିନି ଜଣଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି। ସେଥିପାଇଁ ତାଙ୍କୁ yuno20undar20.com ମାଧ୍ୟମରେ ଭୋଟ ଦେଇ ସହଯୋଗ କରିବାପାଇଁ ସମସ୍ତଙ୍କୁ ନିିବେଦନ କରି ଆଗାମୀ ଦିନରେ ଅନେକ ପ୍ରକାର ସଫଳତା ପାଇଁ ମୁସକାନ ଓ ତାକଂ ପରିବାର ‘ସମ୍ବାଦ’ ପାଖରେ ପ୍ରକାଶ କରିଛନ୍ତି। ମୁସକାନଙ୍କ ସଫଳତା ପାଇଁ ଜିଲ୍ଲା ପରିିଷଦ ଅଧ୍ୟାକ୍ଷା ନମିତା ପ୍ରଧାନ, ବ୍ଲକ ଅଧ୍ୟକ୍ଷା ମନୋଜ କୁମାର ମିଶ୍ର, ସରପଚଂ କ୍ରିଷ୍ଠାତିୱାରୀ ତଥା ଅଂଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe