ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭଟା ଗ୍ରାମ ନିବାସୀ ଶ୍ରମିକ ନେତା ଛତ୍ରିଆ (୪୦)ଙ୍କ ଚେନ୍ନାଇରେ ମୃତ୍ୟୁ ଘଟିଛି। ପରିବାର ଲୋକଙ୍କ କହିବା ଅନୁସାରେ, ଗାଁରେ କାମଧନ୍ଦା ନ ପାଇବାରୁ ପରିବାର ପ୍ରତିପୋଷଣ ପାଇଁ ନେତା ଗତ ୨୭ ତାରିଖ ଦିନ ଚେନ୍ନାଇକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ ନିର୍ମାଣାଧୀନ କୋଠା କାମ କରୁଥିବା ବେଳେ ବାର ମହଲା ଉପରୁ ଏକ ବାଲି ବୋଝେଇ ଠେଲାଗାଡ଼ି ଲିଫ୍ଟ ଉପରୁ ଖସି ତାଙ୍କ ଉପରେ ପଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଯେ ସେ ଚେନ୍ନାଇ ପହଞ୍ଚି ସେଦିନ ପ୍ରଥମ କରି କାମରେ ଲାଗିଥିଲେ। ବର୍ତ୍ତମାନ ଗାଁରେ ତାଙ୍କ ସ୍ତ୍ରୀ ସହ ୩ ଝିଅ ଓ ବୃଦ୍ଧା ମା’ ଅଛନ୍ତି।
ଚେନ୍ନାଇରେ ଓଡ଼ିଆ ଶ୍ରମିକ ମୃତ
Advertisment
Follow Us