Symbolic picture by voanews.com
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଲିଟିସର୍ଗି ପଞ୍ଚାୟତ ସ୍ଥିତ ଦହନାପାଲି ଗାଁର ଜଣେ ବୃଦ୍ଧାଙ୍କୁ ଏକ ବିଷଧର ସାପ କାମୁଡ଼ିବାରୁ ମୃତ୍ୟୁବରଣ କରିଛନ୍ତି। ପ୍ରାପ୍ତ ଖବର ଅନୁସାରେ, ଦହନାପାଲି ଗାଁର କଳମେ ବେୱା (୭୦) ନାମକ ବୃଦ୍ଧା ଜଣକ ନିଜ ଗାଈ ଗୁହାଳକୁ ଗୋବର ଗୋଟେଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ସେତିକି ବେଳେ ପରିବାର ଲୋକେ ଗୁଣି ଗାରେଡ଼ି କରିଥିଲେ।
ଏହାପରେ ଅବସ୍ଥା ଗୁରୁତର ହେବାରୁ ବୃଦ୍ଧାଙ୍କୁ ଖଡ଼ିଆଳ ମିଶନ ହସ୍ପିଟାଲକୁ ନିଆଯିବା ବାଟରେ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି। ଏହି ପରିବାରରେ ମୃତ ବୃଦ୍ଧାଙ୍କର ଦୁଇ ପୁଅ ଅଛନ୍ତି।
Follow Us