୨୭ରେ ଲଖନାରେ ୧୨ ଘଣ୍ଟିଆ ରେଳରୋକ

Advertisment
୨୭ରେ ଲଖନାରେ ୧୨ ଘଣ୍ଟିଆ ରେଳରୋକ

ପାଟଣାଗଡ଼: ବଲାଙ୍ଗୀର - ନୂଆପଡା ଭାୟା ପାଟଣାଗଡ଼ ରେଳ ଲାଇନ୍‌ ସଂଯୋଗ କରିବା ଦାବି ନେଇ ୨୭ ତାରିଖରେ ନୂଆପଡା ଜିଲ୍ଲା ଲଖନା ରେଳ ଷ୍ଟେସନରେ ରେଳ ରୋକ କରାଯିବା ପାଇଁ ନିଷ୍ପତ୍ତି ହୋଇଥିବା ପାଟଣାଗଡ଼ ସିଟିଜନ୍‌ ଫୋରମ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଫୋରମ ପକ୍ଷରୁ କୁହାହାଯାଇଛି ଯେ, ବଲାଙ୍ଗୀର - ନୂଆପଡା ନୂତନ ରେଳ ଲାଇନ କରାଯିବା ନେଇ ସର୍ଭେ କାର୍ଯ୍ୟ ସରିଛି। ତେବେ ଏହା ଭାୟା ହର୍ଡାଟାଲ - ଭଇଁଷା - ପାଟଣାଗଡ଼ - ଯୋଗିମୁଣ୍ଡା - ଗମ୍ଭାରୀ ଦେଇ ଯିବା ପାଇଁ ଦାବି କରା ଯାଇଛି। ଏହାର ସର୍ଭେ କାର୍ଯ୍ୟ ସରିଥିବା ବେଳେ ଏହାକୁ ନେଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ରେଳ ଷ୍ଟେସନରେ ରୋଳ ରୋକ ମାନ କରା ଯାଇଛି।

ରେଳ ବିଭାଗରେ ସର୍ଭେ ସମ୍ପର୍କିତ କାଗଜପତ୍ର ରହିଥିବା ମଧ୍ୟ ସେ କହିଥିଲେ । ସେହି ଆଧାରରେ ଗତ ୨. ୧୦. ୨୦୧୭ରେ ଅନୁଷ୍ଠାନର କର୍ମକର୍ତ୍ତା ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହା ସହିତ ଓଡିଶାର ପରିବହନ ମନ୍ତ୍ରୀ ରମେଶ ମାଝୀଙ୍କ ସହିତ ମଧ୍ୟ ଦାବିକୁ ନେଇ ଆଲୋଚନା କରାଯାଇଥିଲା। ପରେ ୦୯. ୦୧. ୨୦୧୮ରେ ସମ୍ବଲପୁର ଡିଆର୍‌ଏମ୍‌ଙ୍କୁ ଭେଟି ଆଲୋଚନା କରା ଯାଇଥିବା କହିଥିଲେ। ତେବେ ରେଳ ବିଭାଗ ପକ୍ଷରୁ ସର୍ଭେ ହୋଇଥିବା ରେଳ ଲାଇନ୍‌ ଯୋଉଁ ରାସ୍ତାରେ ଯିବ ସେଠାରେ ୭୦ ରୁ ୭୫ ପ୍ରତିଶତ ସରକାରୀ ଜମି ରହିଥିବା କହିଥିଲେ। ସରକାର ସହମତି ହେବା ଏବଂ ଏହା ସହିତ କେବଳ ୨୫ ରୁ ୩୦ ପ୍ରତିଶତ ଜମି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମିଶି ଜମି ଅଧିଗ୍ରହଣ କରାଗଲେ ହୋଇ ପାରିବ ବୋଲି କହିଥିବା କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସିଟିଜନ ଫୋରମ୍‌ର ଦର୍ପଗଞ୍ଜନ ପଟ୍ଟନାୟକ, ଆଦିବାସୀ କଲ୍ୟାଣ ମହାସଂଘର ସଚିବ ନିରଞ୍ଜନ ବିଶି ଏବଂ ସନତ ଭୋଇ ମଞ୍ଚାସୀନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe