କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଉଦ୍ୟାନବନ୍ଧ କଟକିଆ ପଡ଼ା ନିକଟ ଜାତୀୟ ରାଜପଥ ୩୫୩ରେ ରବିବାର ଏକ ଟ୍ରକ ଚାପାରେ ବାଇକ ଆରୋହୀ ଜଡ଼ାମୁଣ୍ତା ଗ୍ରାମର ବିଜୟ ନାଏକ (୨୦)ଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ (ନଂ ସିଜି ୦୬ ଜିଇ ୫୫୧୯) କୋମନା ପଟୁ ଜାତୀୟ ରାଜପଥ ୩୫୩ରେ ଯାଉଥିଲା। ବିପରୀତ ଦିଗରୁ କୋମନା ଥାନା ଜଡ଼ାମୁଣ୍ତା ଗାଁର ବିଜୟ ବାଇକ (ସିଜି ୦୬ କେ ୪୫୭୬) ଯୋଗେ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଟ୍ରକ ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us