ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ନୂଆପଡ଼ା: ବାଘ ପରେ ଏବେ ନୂଆପଡ଼ାରେ ଭାଲୁ ମାତିଛି। ଆଜି ସକାଳେ ନୂଆପଡ଼ା ବ୍ଲକ ଟାନୁଓ୍ବାଟ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତର ବ୍ୟକ୍ତି ହେଲେ ରମେଶ ଶବର(୩୫)।

ସେ ଆଜି ସକାଳେ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ। ତାଙ୍କର ଚିତ୍କାର ଶୁଣି ନିକଟରେ ଥିବା ଲୋକେ ରମେଶଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ରମେଶଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe