ମଦ ଦୋକାନକୁ ବିରୋଧ

Advertisment
ମଦ ଦୋକାନକୁ ବିରୋଧ

ନୂଆପଡ଼ା: ଖରିଆରରୋଡ ଏନଏସି ସ୍ଥିତ ଓ୍ଵାର୍ଡ ନଂ ୮ ଠାରେ ବିଦେଶୀ ମଦଦୋକାନ ପୁଣିଥରେ ଖୋଲିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏ ନେଇ ୮ନଂ ଓ୍ଵାର୍ଡ କାଉନସିଲର ଭଗବତୀ ପଟେଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ପୁଣି ଥରେ ମଦ ଦୋକାନ ଖୋଲାକୁ ବିରୋଧ କରାଯାଇଥିଲା। ପୂର୍ବରୁ ଏଠାରେ ଏକ ବିଦେଶୀ ମଦ ଦୋକାନ ଥିଲା। ଏହା ନିକଟରେ ପାର୍କ, ଦୈନିକ ବଜାର ଓ ଚର୍ଚ୍ଚ ଥିବାରୁ ଲୋକେ ମଦ ଦୋକାନ ହଟାଇବାକୁ ବହୁ ଥର ଦାବି କରିଥିଲେ।

ମାତ୍ର କୌଣସି ସୁଫଳ ମିଳିନଥିଲା। ପରବର୍ତ୍ତି ସମୟରେ ସୁପି୍ରମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହା ସ୍ଥାନାନ୍ତରିତ ହୋିଥିଲା। ଏବେ ପୁଣି ମଦ ଦୋକାନଟି ପୂର୍ବ ସ୍ଥାନକୁୁ ଫେରି ଆସିଛି। ତେଣେୁ ସ୍ଥାନୀୟ ଲୋକେ ତାକୁ ବିରୋଧ କରୁଛନ୍ତି। ତୁରନ୍ତ ସ୍ଥାନାନ୍ତର କରାନଗଲେ ଆନ୍ଦୋଳନ କରାଯିବ ବୋଲି ବି ଜିଲ୍ଲା ପ୍ରଶାସନକୁୁ ଲିଖିତ ଭାବେ ଜଣାଇଛନ୍ତି। ଶେଖର ଜୈନ, ସୁରେଶ ଆଚାରୀ, ରାକେଶ ଜୈନ, କଲ୍ୟାଣ ଗାନ୍ଧୀ, ଶ୍ୟାମ କେଶରଓ୍ଵାନୀ, କାଉନସିଲର ଶ୍ରଦ୍ଧା ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe