ଖଡ଼ିଆଳ : ବିଦ୍ୟୁତ ତାର ଛିଣ୍ଡି ଧାନଖରି ଜଳିଗଲା

ଖଡ଼ିଆଳ : ବିଦ୍ୟୁତ ତାର ଛିଣ୍ଡି ଧାନଖରି ଜଳିଗଲା

ଖଡ଼ିଆଳ : ବିଦ୍ୟୁତ ତାର ଛିଣ୍ଡିଯିବାରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସାନଦୋହେଲ ଗାଁରେ ଖଳାରେ ଥିବା ଧାନଖରି ଜଳିଯାଇଛି। ଖଡ଼ିଆଳ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳ ଯାଏ ସବୁତକ ପୋଡ଼ି ପାଉଁଶ ହୋଇଯାଇଥିଲା।

ପ୍ରକାଶ ଯେ, ଏହି ଗାଁର ଚାଷୀ ଜଗଦୀଶ ଗହୀର ଗୁରୁବାର ସକାଳେ ତାଙ୍କ ଧାନ ଖଳାରେ ମେସିନ ଓ କିଛି ଶ୍ରମିକଙ୍କୁ ନେଇ ଧାନ ମଡ଼େଇବା କାମ କରୁଥିଲେ। ଏହି ସମୟରେ ତାଙ୍କ ଧାନ ଖଳା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ହଠାତ୍‌ ଛିଣ୍ଡି ଧାନଖରି ଓ ପାଳଗଦାରେ ପଡ଼ିଥିଲା। ଜଗଦୀଶଙ୍କ ପରିବାର ସଦସ୍ୟ ଓ ଶ୍ରମିକମାନେ ଅଳ୍ପରେ ରକ୍ଷା ପାଇ ଯାଇଥିଲେ। ହେଲେ ଧାନଖରି ଓ ପାଳଗଦାରେ ନିଆଁ ଲାଗି ଜଳିଯାଇଥିଲା। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ଶ୍ରୀ ଗହୀର ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe