ପତୋରା ନଦୀବନ୍ଧ ପାଣି ପଞ୍ଚାୟତ:ଦୁର୍ନୀତି ଅଭିଯୋଗରେ ଚାଷୀଙ୍କ ଶୋଭାଯାତ୍ରା

Advertisment
ପତୋରା ନଦୀବନ୍ଧ ପାଣି ପଞ୍ଚାୟତ:ଦୁର୍ନୀତି ଅଭିଯୋଗରେ ଚାଷୀଙ୍କ ଶୋଭାଯାତ୍ରା

ନୂଆପଡ଼ା: ପତୋରା ନଦୀବନ୍ଧ ପାଣି ପଞ୍ଚାୟତ ଦୁର୍ନୀତି ଅଭିଯୋଗ ନେଇ ଆଜି ଶୋଭାଯାତ୍ରାରେ ବାହାରିଲେ ଯୋଗେଶ୍ୱର କୃଷକ ମଞ୍ଚ। ଜିଲ୍ଲା ସଦର ପତୋରା ନଦୀବନ୍ଧ ଅନ୍ତର୍ଗତ ଯୋଗେଶ୍ୱର କୃଷକ ମଞ୍ଚର ବହୁ ଚାଷୀ ଏକତ୍ର ହୋଇ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ଆନ୍ଦୋଳନକାରୀ ଚାଷୀମାନେ ବ୍ଲକ କାର୍ଯ୍ୟାଳୟର ରାଜୀବ ଗାନ୍ଧି ଭବନ ଠାରେ ପହଂଚି ଥିଲେ। ଏହି ଅବସରରେ ଚାଲିଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ପରେ ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିବାରୁ ଯଥା ଶୀଘ୍ର ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ଉକ୍ତ ବିକ୍ଷୋଭ ଶୋଭାଯାତ୍ରାରେ ଭରତଲାଲ ରାଉତ, ପ୍ରସନ୍ନ ପାଢୀ, ପ୍ରକାଶ ଦୀକ୍ଷିତ, କମଲେଶ ଦୀକ୍ଷିତ, ପୁରୁଷୋତ୍ତମ ଦେବାଙ୍ଗନ, ପ୍ରେମ ଶଙ୍କର ଦେବାଙ୍ଗନ, ଦେବାନନ୍ଦ ସାହୁ, ଦିଲୀପ ନିର୍ମଳକର, ରାମ ସିଂ ମାଝି, ଟୁକେଶ୍ବର ଯାଦବ, ଶୋଭରାମ ସାହୁ, ଲାଲ ସିଂ ମାଝୀ, ଲକ୍ଷ୍ମଣ ରାଉତ, ନରେଶ ସାହୁ, ଦିଲୀପ ମାଝୀ, ବିକାଶ ସାହୁ ପ୍ରମୁଖଙ୍କ ସହ ଶତାଧିକ ଚାଷୀ ସାମିଲ ଥିଲେ। ଏପଟେ ଶୀର୍ଷ କମିଟି ସଭାପତି ରାଜେଶ ନିଗମ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ଯେ ରବି ଫସଲ ପାଣି ଯେଉଁ ସମୟରେ ତଳମୁଣ୍ଡକୁ ଦିଆଯାଏ ସେ ସମୟରେ ପ୍ରତ୍ୟକ ବର୍ଷ ସେମାନେ ବିରୋଧ କରନ୍ତି। ଏ ବର୍ଷ ପୁଣି ତଳମୁଣ୍ଡ ଚାଷୀ ପାଣି ପାଇବାକୁ ଥିବାରୁ ସେମାନେ ଏସବୁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe