ପ୍ରଧାନମନ୍ତ୍ରୀ ଦେଶର ଆକାଂକ୍ଷା ଜିଲ୍ଲାଗୁଡ଼ିକର ସ୍ବତନ୍ତ୍ର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି: କେନ୍ଦ୍ରମନ୍ତ୍ରୀ ଏସ ପି ସିଂ ବଘେଲ

Advertisment
ପ୍ରଧାନମନ୍ତ୍ରୀ ଦେଶର ଆକାଂକ୍ଷା ଜିଲ୍ଲାଗୁଡ଼ିକର ସ୍ବତନ୍ତ୍ର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି: କେନ୍ଦ୍ରମନ୍ତ୍ରୀ  ଏସ ପି ସିଂ ବଘେଲ

ନୂଆପଡ଼ା: କେନ୍ଦ୍ରମନ୍ତ୍ରୀମାନଙ୍କୁ ଦେଶର ସମସ୍ତ ଆକାଂକ୍ଷା ଜିଲ୍ଲା ଗସ୍ତ କରି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିବାକୁ ନିର୍ଦେଶ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁଯାୟୀ ଗତକାଲି ୨ ଦିନିଆ ନୂଆପଡ଼ା ଗସ୍ତରେ ଆସି କେନ୍ଦ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ପ୍ରଫେସର ଏସ.ପି ସିଂ ବଘେଲ।

ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରଫେସର ଏସ ପି ସିଂ ବଘେଲ ସଦଭାବନା ସଭାଗୃହରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆକାଂକ୍ଷା ଜିଲ୍ଲାଗୁଡ଼ିକର ସ୍ବତନ୍ତ୍ର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଆକାଂକ୍ଷା ଜିଲ୍ଲାରେ ୧୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ କୁହାଯାଇଛି।  ନୀତିଆୟୋଗ ଦ୍ବାରା ଶିକ୍ଷା ଓ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ନୂଆପଡ଼ା ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ ହୋଇଛି।  ଏହି ଅର୍ଥକୁ ଭିତ୍ତିଭୂମିରେ ଖର୍ଚ୍ଚ ନ କରି ସ୍କୁଲରେ ଅତ୍ୟାଧୁନିକ ଶିକ୍ଷା ପ୍ରଣାଳୀର ପ୍ରୟୋଗ, ସ୍ମାର୍ଟ କ୍ଳାସ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ କ୍ରୀଡ଼ାକ୍ଷେତ୍ରରେ ଖର୍ଚ୍ଚ କରିବାକୁ ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରି କହିଥିଲେ। ଦେଶର ୧୧୫ ଆକାଂକ୍ଷା ଜିଲ୍ଲା ମଧ୍ୟରୁ ନୂଆପଡ଼ା ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନେଇ ୪୪ ନଂମ୍ବର ସ୍ଥାନରେ ରହିଛି। ଆଗାମୀ ଦିନରେ ଏହାର ବୃଦ୍ଧି ହେବ। ଭାରତର ପ୍ରଧାନମନ୍ତ୍ରୀ ଦେଶର ଅନେକ ଜିଲ୍ଲାରେ ବିକାଶ ଅଭିବୃଦ୍ଧି କାମ ରହିଥିବା ବେଳେ ସେହି ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲାର ମାନ୍ୟତା ଦେଇ ତାର ସ୍ବତନ୍ତ୍ର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଏସ ପି ସିଂ ବଘେଲ ପ୍ରକାଶ କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ଜିଲ୍ଲାପାଳ ସ୍ବାଧା ଦେଵ ସିଂ ଏବଂ ଖରିଆର ରୋଡ଼ ଏନଏସି ଅଧକ୍ଷା ସୋନିଆ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe