Nuapada Election: ନୂଆପଡ଼ା ନିର୍ବାଚନରେ ହାରିଗଲା ହାତୀ

ନୂଆପଡ଼ା ଉପନିର୍ବାଚନରେ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ମତଦାନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଏଠାରେ ତ୍ରିମୁଖୀ ଲଢ଼େଇ ହେବ। ଶାସକ ବିଜେପି ଦଳକୁ କଂଗ୍ରେସ ଏବଂ ବିଜେଡି କଡ଼ା ମୁକାବିଲା କରିବେ।

Ramakanta Hati

Ramakanta Hati lost in Nuapada by elction. Photograph: (sambad.in)

ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ନୂଆପଡ଼ା ଉପନିର୍ବାଚନରେ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ମତଦାନ ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ଏଠାରେ ତ୍ରିମୁଖୀ ଲଢ଼େଇ ହେବ। ଶାସକ ବିଜେପି ଦଳକୁ କଂଗ୍ରେସ ଏବଂ ବିଜେଡି କଡ଼ା ମୁକାବିଲା କରିବେ। ଘାସିରାମ ମାଝୀଙ୍କ ପ୍ରତି ସ୍ଥାନୀୟ ଲୋକଙ୍କର ସମବେଦନା ଥିଲା ଏବଂ ଲୋକେ ନବୀନ ପଟ୍ଟନାୟକଙ୍କ ପାଇଁ ବିଜେଡିକୁ ଭୋଟ୍‌ ଦେବେ ବୋଲି କୁହାଯାଉଥିଲା। ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆ ଏଠାରେ ଗତ ନିର୍ବାଚନ ବିଜୟୀ ହୋଇଥିଲା ବେଳେ ଏଥର ତାଙ୍କର ପୁଅ ବିଜେପି ଟିକେଟ୍‌ରେ ଜିତିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଦମ୍ଭ ଦେଖାଇଥିବା ଅନ୍ୟତମ ପ୍ରାର୍ଥୀ ରମାକାନ୍ତ ହାତୀ ପରାଜିତ ହୋଇଛନ୍ତି। 

କାମ କଲାନି ଅଖିଳେଶଙ୍କ ପ୍ରଚାର

ନୂଆପଡ଼ା ଉପନିର୍ବାଚନରେ ରମାକାନ୍ତ ହାତୀ ସମାଜବାଦୀ ପାର୍ଟି (ସପା)ରୁ ପ୍ରାର୍ଥୀ ହୋଇଥିଲେ। ମତଗଣନା ପରେ ଜଣାପଡ଼ିଛି ଯେ ଶ୍ରୀ ହାତୀ ୧୧ତମ ସ୍ଥାନରେ ଅଛନ୍ତି। ରମାକାନ୍ତଙ୍କ ପାଇଁ ସପା ସଭାପତି ଅଖିଳେଶ ଯାଦବ ଜୋରଦାର ପ୍ରଚାର କରିଥିଲେ। ‌ଅଖିଳେଶ ଯାଦବ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିବାକୁ ଛାଡ଼ି ନଥିଲେ।

ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ 

ନୂଆପଡ଼ାରେ କାହାକୁ କେତେ ଭୋଟ୍‌ ମିଳିଲା

-ଜୟ ଢୋଲକିଆ (ବିଜେପି): ୧,୨୩,୮୬୯ 
-ଘାସିରାମ ମାଝୀ (କଂଗ୍ରେସ): ୪୦,୧୨୧  
-ସ୍ନେହାଙ୍ଗିନୀ ଛୁରିଆ (ବ‌ିଜେଡି): ୩୮,୪୦୮
-ଲୋଚନ ସିଂହ ମାଝୀ (ସ୍ବାଧୀନ): ୨,୧୩୭
-ଲକ୍ଷ୍ମୀକାନ୍ତ ତାଣ୍ଡି (ସ୍ବାଧୀନ): ୧,୩୨୨
-କିଶୋର କୁମାର ବାଗ (ସ୍ବାଧୀନ): ୭୪୩
-ଭୁବନଲାଲ ସାହୁ (ସ୍ବାଧୀନ): ୭୨୧
-ହେମନ୍ତ ତାଣ୍ଡି (ସ୍ବାଧୀନ): ୬୬୨
-ଚକ୍ରାନ୍ତ ଜେନା (ସ୍ବାଧୀନ): ୫୨୯
-ଭକ୍ତବନ୍ଧୁ ଧରୁଆ (ସ୍ବାଧୀନ): ୫୧୧
-ରମାକାନ୍ତ ହାତୀ (ସମାଜବାଦୀ ପାର୍ଟି): ୪୮୯
-ନୀତା ବାଗ (ସ୍ବାଧୀନ): ୫୨୯
-ଆଶ୍ରୟ ମହାନନ୍ଦ (ସ୍ବାଧୀନ): ୧୯୧
-ସୁକଧର ଦଣ୍ଡସେନା (ଓଡ଼ିଶା ଜନତା ପାର୍ଟି): ୧୬୭

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ବଡ଼ ବ୍ୟବଧାନରେ ବିଜେପି ବିଜୟୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe