bjd Photograph: (sambad.in)
ଭୁବନେଶ୍ବର: ନୂଆପଡ଼ାରେ ବିଜେପିର ବିପୁଳ ବିଜୟ ଏବଂ ବିଜେଡିର ଶୋଚନୀୟ ପରାଜୟ ପରେ ପୁଣି ବିଜେଡ଼ିକୁ ଘେରିଛନ୍ତି ଶ୍ରୀମୟୀ ମିଶ୍ର । ସ୍ନେହାଙ୍ଗିନୀଙ୍କୁ ମିଛେଇ କହି ମିଛ ମାମୁଘର କାହାଣୀ କହିଥିବାରୁ ଟାର୍ଗେଟ୍ କରିବା ସହ ପୁଣି ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ କଥା ଦୋହରାଇଛନ୍ତି । ତେବେ ଶ୍ରୀମୟୀ ମିଶ୍ର ଦୁଇଟି ଘନଘନ ପୋଷ୍ଟ କରି ବିଜେଡିର ପରାଜୟ ପଛର କାରଣ କହିଛନ୍ତି ।
ଆହୁରି ପଢନ୍ତୁ- Nuapada Election, BJD Rejected By Voters: ନୂଆପଡ଼ାରେ ଫସିଗଲେ ଅତାବିରା ଅତିଥି: ମୁହଁ ମୋଡ଼ିଦେଲେ ମାମୁଘର ଭୋଟର… ବିଜେଡ଼ି ସାଜିଲା ୩ ନମ୍ବର…
ଶ୍ରୀମୟୀ ଲେଖିଛନ୍ତି…
ପ୍ରମାଣିତ ହେଲା ଭଣ୍ଡ ସନ୍ୟାସୀଙ୍କ ‘ଚକ୍ରାନ୍ତ’ । ନୂଆପଡ଼ା ଉପନିର୍ବାଚନକୁ ନେଇ ପୂର୍ବରୁ ଯାହା ଆଶଙ୍କା ଥିଲା, ତାହା ଏବେ ଓଡ଼ିଶାବାସୀଙ୍କ ଆଗରେ ସତ ପ୍ରମାଣିତ ହେଲା । ଷଡ଼ଯନ୍ତ୍ର, ଚକ୍ରାନ୍ତ ସବୁ ଜଳଜଳ ଦିଶିଲାଣି । ଅନାମବାବୁଙ୍କ ମାନମହତକୁ ପୁଣିଥରେ ତଳେ ପକାଇଲେ ଘରଜ୍ୱାଇଁ । ଯାହାଙ୍କୁ ନିଜ ମାଟିର ଲୋକେ ୩୦ହଜାର ଭୋଟ ବ୍ୟବଧାନରେ ପ୍ରତ୍ୟାଖ୍ୟାନ କରିଥିଲେ, ତାଙ୍କୁ ନୂଆପଡ଼ାରେ ପ୍ରାର୍ଥୀ ଭାବେ ଲଦି ଦେବା କାର୍ଯ୍ୟ କ’ଣ ସତରେ ଆମ ପ୍ରିୟ ନେତା ନବୀନବାବୁ କରିଥିଲେ? ଥରୁଟିଏ ତ ନିଜ ଅନ୍ତରାତ୍ମାକୁ ପଚାରି ପାରିଥାନ୍ତ ଯେ- ନୂଆପଡ଼ା ଅଂଚଳରେ କ’ଣ କେହି ଯୋଗ୍ୟ ନଥିଲେ? ନା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତକୁ କାର୍ଯ୍ୟକାରୀ କରିବାକୁ ତାଙ୍କ ଚାଟୁକାର ଗୋଷ୍ଠୀର ନେତାମାନେ ଫୁଲ୍ ଦମରେ ଲାଗି ପଡ଼ିଲେ । ଏତେ ବିପର୍ଯ୍ୟୟ ପରେ ବି ସେହି ତାମିଲ ବ୍ୟକ୍ତିର ‘ଘର ଭଙ୍ଗା’ ‘ବଂଶ ନିପାତ’ ଚାଲକୁ କ’ଣ ବୁଝିବାରେ ଆମ ରାଜ୍ୟର ନେତାମାନେ ଏତେ ଅକ୍ଷମ?
ଆମ ସମସ୍ତଙ୍କ ପ୍ରିୟ ନବୀନବାବୁ ଷଷ୍ଠ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଓ ଦେଶର ସବୁଠୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରଚିଥାନ୍ତେ, ତାଙ୍କୁ ଟିମ୍ ଭାଇରସ୍ (ଭଣ୍ଡ ସନ୍ୟାସୀଙ୍କ ଚାଟୁକାର ଗୋଷ୍ଠୀ) ଆଜି ଇତିହାସ ବନେଇ ଦେଲେ । ତାଙ୍କର ବାର୍ଦ୍ଧକ୍ୟଜନିତ ଶାରୀରିକ ସମସ୍ୟା ଜାଣି ମଧ୍ୟ ସୁଚିନ୍ତିତ ଢଙ୍ଗରେ ନୂଆପଡ଼ା ନିର୍ବାଚନ ପ୍ରଚାରକୁ ନେଇ ତାଙ୍କୁ ସର୍ବସାଧାରଣରେ ‘ସମବେଦନାର ପାତ୍ର’ କରାଇବାକୁ ବି ପଛାଇଲେ ନାହିଁ ।ଇତିହାସ ନିଶ୍ଚୟ, ଆପଣମାନଙ୍କୁ ଶ୍ରେଷ୍ଠ ଚାଟୁକାର ଓ ବିଜେଡି ବିପର୍ଯ୍ୟୟର ‘ସିଖି ମାନେଇ’ ଭାବେ ମନେରଖିବ । ଆଉ କେତେଦିନ ଏମିତି ମାନମହତକୁ ନିଲାମ କରିବେ ନିଜର ଟିକେଟ ଖଣ୍ଡେ ସୁରକ୍ଷିତ ରଖିବା ପାଇଁ ? ଧନ୍ୟରେ ତାମିଲ୍ ଭକ୍ତଗଣ, କେବେ ତ ବିବେକୀ ହୁଅ
ଶ୍ରୀମୟୀ କହିଲେ ଲକ୍ଷ୍ମୀ ଛାଡିଗଲେ…
ଅନ୍ୟ ଏକ ପୋଷ୍ଟ କରି ଶ୍ରୀମୟୀ ମିଶ୍ର ଲେଖିଛନ୍ତି…
ନବରାତ୍ରିରେ ଆରମ୍ଭ ହୋଇଥିଲା, ମାର୍ଗଶୀରରେ ଲକ୍ଷ୍ମୀ ଛାଡ଼ିଗଲେ
ନବରାତ୍ରିରେ ଯେଉଁ ମହିଳା ମୋତେ ବ୍ୟକ୍ତିଗତ ଭାବେ ଅପମାନିତ କରିବା ପାଇଁ ପ୍ରୟାସ କରିଥିଲେ, ତାଙ୍କୁ ଆଜି ନୂଆପଡ଼ାବାସୀ ‘ମିଛେଇ ପରଦେଶୀ’ କହି ଉଚିତ୍ ଜବାବ ଦେଲେ । ବିଳମ୍ବରେ ହେଉ ପଛେ ନିୟତି ତାଙ୍କର ବିଚାର କଲା । ଶେଷପର୍ଯ୍ୟନ୍ତ ନିଜର ମାମୁଁ ଘର କହି ଡ୍ରାମା କଲେ। ବୋଧେ ନିର୍ବାଚନ ପୂର୍ବରୁ କାଳ୍ପନିକ ମାମୁଁ ଦହି ଖୁଆଇ ଆଶୀର୍ବାଦ ଦେଇନଥିଲେ ।ଯିଏ ଗୋଟିଏ ନିର୍ବାଚନ ମଣ୍ଡଳୀର ମହିଳାମାନଙ୍କୁ ସଂଗଠିତ କରି ପାରିଲେ ନାହିଁ,ସେ ପୁଣି ରାଜ୍ୟ ସଭାନେତ୍ରୀ । ଜଗତେ କେବଳ ଜନେ ହସିବେ…
ସେପଟେ ଖାଲି ଶ୍ରୀମୟୀ ନୁହଁନ୍ତି ଏଲିନା ଦାସ ବି ଏକ ଭିଡିଓ ଛାଡି ବିଜେଡିର ପରାଜୟ ପାଇଁ ନିଶାନା କରିଛନ୍ତି । ଭିଡିଓରେ ବବି ଦାସ, ଦେବୀ ମିଶ୍ର ଏବଂ ଅରୁଣ ସାହୁ ରୋଷେଇ କରୁଥିବାର ଭିଡିଓ ପୋଷ୍ଟ କରି ଏଲିନା ଲେଖିଛନ୍ତି…
ଆହୁରି ପଢନ୍ତୁ- Nuapada Bye Election: ଜୟଙ୍କ ମଥାରେ ବିଜୟ ଟୀକା: କିଏ କହିଲା ବାପା ନାହାନ୍ତି ବୋଲି… ବାପା ଆମ ସହ ଥିଲେ… ଅଛନ୍ତି… ଆଉ ରହିଥିବେ ମଧ୍ୟ…
ଏହି ଉତ୍ସାହ ,କୋଳା କୋଳି ଥିଲା କଣ ପାଇଁ… ଜିତେଇବା ପାଇଁ ନା ହରେଇବା ପାଇଁ । ଜାଣି ଥିଲ ନା ଜାଣି ଅଜଣା ହଉଥିଲ । ନିଜ ରାଜନୈତିକ ଅସ୍ତିତ୍ବକୁ ବଞ୍ଚାଇବା ପାଇଁ ଜଣେ ଜନନାୟକ ତଥା ଅଭୁଲା ବ୍ୟକ୍ତିତ୍ବଙ୍କୁ ପ୍ରଚାର ପଡିଆକୁ ଓହ୍ଲେଇ ଲୋକହସା କଲ,ଏହି ବୟସରେ ଜଣେ ବିଶେଷ ବ୍ୟକ୍ତିତ୍ବଙ୍କୁ ମାନସିକ ଓ ଶାରରୀକ ଚାପ ଦେଇ କି ଲାଭ ପାଇଲ?
ଜୟ ଜଗନ୍ନାଥ
ମହାପ୍ରଭୁ ସମସ୍ତଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ…
Follow Us