ନୂଆପଡ଼ା: ଛାତ୍ରୀନିବାସରେ କଙ୍କାଳ ଠାବ, ପୁଲିସର ତଦନ୍ତ ଆରମ୍ଭ

Advertisment
ନୂଆପଡ଼ା: ଛାତ୍ରୀନିବାସରେ କଙ୍କାଳ ଠାବ, ପୁଲିସର ତଦନ୍ତ ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା କର୍ଲାକୋଟ ସମ୍ବଲେଶ୍ବରୀ ହାଇସ୍କୁଲ ଛାତ୍ରୀ ନିବାସରେ ରବିବାର ଦିନ ସନ୍ଧ୍ୟାରେ ଛାତ୍ରୀନିବାସରୁ ଏକ କଙ୍କାଳ ଠାବ ହେବା ପରେ ଗାଁରେ ଆତଙ୍କ ଖେଳି ଯାଇଛି। ହେଲେ ଏହି କଙ୍କାଳ ମଣିଷର କି ଅନ୍ୟ କେଉଁ ଜୀବଜନ୍ତୁର ବର୍ତ୍ତମାନ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

publive-image

ମିଳିଥିବା ସୂଚନା ଅନୁଯାୟୀ କର୍ଲାକୋର୍ଟ ଗ୍ରାମର କିଛି ପିଲା ହାଇସ୍କୁଲ ଛାତ୍ରୀ ନିବାସରେ ଏକ ବର୍ଷ ହେବ ବନ୍ଦ ରହିଥିବା ବେଳେ ଖେଳୁଥିଲେ। ଏହି ସମୟରେ ପିଲାମାନେ ଛାତ୍ରୀନିବାସ ଏକ କୋଠରୀରେ ଏକ କଙ୍କାଳ ଦେଖିବାକୁ ପାଇଥିଲା। ପରେ ପିଲାମାନେ କିଛି ବ୍ୟକ୍ତିଙ୍କୁ ଏହି ହାଡ଼ କଙ୍କାଳ ରହିଥିବା ବିଷୟରେ କହିବା ପରେ କିଛି ଲୋକ ଯାଇ ଦେଖିଥିଲେ। ସେମାନେ କଙ୍କାଳ ଦେଖି ତୁରନ୍ତ ବୋଡ଼େନ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କଙ୍କାଳଟି ୩ରୁ୪ ମାସର ହେବ ବୋଲି ଅନୁମାନ କରାଯାଉଛି। ସେଠାରେ ପଡ଼ି ରହିଥିବାରୁ ପଚିସଢ଼ି ଯାଇ କଙ୍କାଳରେ ପରିଣିତ ହୋଇଯାଇଛି।

ପୁଲିସ ମଧ୍ୟ ଏହାକୁ ଦେଖି ଏହା କାହାର କଙ୍କାଳ ସେନେଇ ସନ୍ଦେହ ଘେରରରେ ରହିଛି। ପୁଲିସର କହିବା ଅନୁଯାୟୀ ମଣିଷର ହାଡ଼ କଙ୍କାଳ ହୋଇନଥିବା ସନ୍ଦେହ ହୋଇଛି। ଏହା କୌଣସି ଜନ୍ତୁର ହାଡ଼ କଙ୍କାଳ ହୋଇଥାଇପାରେ। ଏନେଇ ବର୍ତ୍ତମାନ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe