ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି: ବସନ୍ତ ପଣ୍ଡା

ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆଜି ଅପରାହ୍‌ଣରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତା ଯୋଗଦେଇଥିଲେ ଏବଂ ନୂଆପଡ଼ା ଉପଡ଼ିର୍ବାଚନରେ ଦଳର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

nuapada1

ଭୁବନେଶ୍ବର: ବିଜେପି ରାଜ୍ୟ କାର୍ଯ୍ୟଳୟରେ ଆଜି ଅପରାହ୍‌ଣରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଦଳର ବରିଷ୍ଠ ନେତା ଯୋଗଦେଇଥିଲେ ଏବଂ ନୂଆପଡ଼ା ଉପଡ଼ିର୍ବାଚନରେ ଦଳର ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। 

ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ ତାହା ପ୍ରଥମିକତା ହେବ। ସଭାପତି, ପୂର୍ବତନ ସଭାପତି, ସଂଗଠନ ମାହାମନ୍ତ୍ରୀ, ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଟାସ୍କ ଦିଆଯାଇଛି। ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ ଏବଂ ସେ କେମିତି ଜିତିବେ ସେଥିପାଇଁ ସମସ୍ତେ କର୍ଯ୍ୟକରିବେ। ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ଅକ୍ଟୋବର ୧୩ରୁ ୨୦ ତାରିଖ ମଧ୍ୟରେ ନାମାଙ୍କନ ପାତ୍ର ଦାଖଲ ହେବାକୁ ଥିବାରୁ ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ। ମୋଟାମୋଟି ଭାବେ ନୂଆପଡ଼ା ଉପନିର୍ବାଚନ ପ୍ରାର୍ଥୀ ଏବଂ ରଣନୀତି ନେଇ ଆଜିର କୋର କମିଟି ବୈଠକରେ ଆଲାଚନା ହୋଇଛି। 

ଏହା ପୂର୍ବରୁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ନୂଆପଡ଼ା ଉପନିର୍ବାଚନ ନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଜୟ ଢୋଲକିଆଙ୍କୁ ବିଜେପିକୁ ସ୍ଵାଗତ କରୁଛୁ। ମାନସିକତା ଥିଲେ ସବୁ ଠିକ୍ ହେଇଯିବ। ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ। ମୁଁ କର୍ଯ୍ୟକର୍ତ୍ତା କାଲି ଥିଲି ଆଜି ବି ଅଛି। ନୂଆପଡ଼ାରେ ବିଜେପି ଶତ ପ୍ରତିଶତ ଜିତିବ। ମୋହନ ସରକାରରେ ଆଉ ଏକ ଫୁଲ ଫୁଟିବ।  

ବି‌ଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଗତକାଲି ସ୍ବର୍ଗତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଯୋଗ ଦେଇଥିଲେ। ଏହି ଅବସରରେ ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡା ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଜୟ  ଦଳକୁ ଆସିଛନ୍ତି, ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି।

ମୋ ମନରେ କୋହ ନାହିଁ, ନୈତିକତାକୁ ଜଳାଞ୍ଜଳି ଦେବି ନାହିଁ। ଜୟ ଢୋଲକିଆ ଦଳକୁ ଆସିଛନ୍ତି। ସେଥିପାଇଁ ମୁଁ ଅସନ୍ତୁଷ୍ଟ ନୁହେଁ। ମତେ କେହି ବୁଝାଇ ନାହାନ୍ତି। ଜୟ ଢୋଲକିଆ ପ୍ରାର୍ଥୀ ହୋଇ ନାହାନ୍ତି। ବିଜେପି ଯାହାକୁ ପ୍ରାର୍ଥୀ କରିବ ମୁଁ ସମର୍ଥନ କରିବି। ମୁଁ ଦଳ ପାଇଁ ପ୍ରଚାର କରିବି ମୋ ପୁଅ  ଅଭିନ୍ଦନ ପଣ୍ଡା ମଧ୍ୟ ଦଳରେ କୌଣସି ପଦ ପଦବି ଆଶାରେ କାମ କରୁନାହିଁ। ମାଟିର ସେବା ପାଇଁ ରାଜନୀତିକୁ ଆସିଛି। ମୁଁ ଲଢିଛି। ମରିବା ପର୍ଯ୍ୟନ୍ତ ଲଢୁଥିବି ବୋଲି ବସନ୍ତ ପଣ୍ଡା ଗତକାଲି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କହିଥିଲେ। 

Assembly election 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe