ନୂଆପଡା: ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ କଟିଂପାଣି-ଧରମବନ୍ଧା ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ସଡ଼କ କାମ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଗୁରୁବାର ସ୍ଥାନୀୟ ୱାଇଲ୍ଡ ଲାଇଫ ଡିଏଫଓ ଅଫିସକୁ ଅଭୟାରଣ୍ୟର ୪ଟି ପଞ୍ଚାୟତବାସୀ ଘେରାଉ କରି ଧାରଣାରେ ବସିଥିଲେ। ସନ୍ଧ୍ୟାରେ ଡିଏଫଓ ଫୋନରେ ଧାରଣାରତ ଆଦିବାସୀଙ୍କୁ ପ୍ରତିଶ୍ରୁତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କୁ ପଚାରିବାରୁ ରାସ୍ତାର ଦରକାର ରହିଛି; ଆମେ ଖୁବ ଶୀଘ୍ର ଡିଏଫଓମାନଙ୍କ ସହିତ ବୈଠକ କରି ଜିଲ୍ଲାର ଏପରି ଫରେଷ୍ଟ ଏବଂ ୱାଇଲ୍ଡ ଲାଇଫ କ୍ଲିଅରେନ୍ସ ପାଇଁ କଥାବର୍ତ୍ତା କରି ଖୁବଶୀଘ୍ର ସାମଧାନ କରାଯିବ ବୋଲି କହିଥିଲେ। ଏହି ଘେରାଉରେ କଂଗ୍ରେସ ଜିଲ୍ଲା ସଭାପତି ଘାସିରାମ ମାଝୀ, ଧନୀ ସାହୁ, ସୈାରଭ ଚନ୍ଦ୍ରକାର, ଭରୁଆମୁଣ୍ଡା ସରପଞ୍ଚ କାନ୍ତିଲାଲ ସାହୁଙ୍କ ନେତୃତ୍ୱରେ ଲାଲସିଂ ଭୁଂଜିଆ, ତିହାରସିଂ ଭୁଂଜିଆ, କମଲସିଂ ପହରିଆ, ଭୁଖନ ମାଝୀ, ମହନ ମାଝୀ, ସୁନ୍ଦର ମାଝୀ, ଗରୁଡ଼ସିଂ ମାଝୀ, ଚିତାନନ୍ଦ ମାଝୀ, ପବନ ମାଝୀ, ଦିଲୀପ ମାଝୀ ପ୍ରମୁଖ ସାମିଲ ଥିଲେ।
କଟିଂପାଣି-ଧରମବନ୍ଧା ପ୍ରଧାନମନ୍ତ୍ରୀ ରାସ୍ତା ସମ୍ପୂର୍ଣ୍ଣ ଦାବି:ଡିଏଫଓ ଅଫିସ ଘେରିଲେ ଅଭୟାରଣ୍ୟବାସୀ
Advertisment
Follow Us