ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Advertisment
ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଲର୍କା ଗ୍ରାମପଞ୍ଚାୟତ ସ୍ଥିତ ଅନକାପୁର ଗ୍ରାମର ଏକ ସ୍କୁଲ ପଢୁଆ ନାବାଳକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନକାପୁର ଗ୍ରାମର ତେଜରାଜ ନାଏକ ବୟସ (୧୨) ଜଣେ ସ୍କୁଲ ପଢୁଆ ଛାତ୍ର।  ଗତକାଲି ଦିନ ୧୨ଟାରୁ ୧ ଟା ଭିତରେ ବାପା ନିଜ ବେପାର ନେଇ ବାହାରକୁ ବାହାରି ଥିବା ବେଳେ ମା ଜମିରେ କାମ କରିବାକୁ ନିଜ ବିଲକୁ ଯାଇଥିଲେ। ଘରେ ଦୁଇ ଭାଇ ତେଜରାଜ ଏବଂ ସାନ ଭାଇ ରହିଥିଲେ।

ତେଜରାଜକୁ ଖେଳିବା ପାଇଁ ଯିବାକୁ ସାନଭାଇ ଡାକିଥିଲେ। କିନ୍ତୁ ତେଜରାଜ ମୋର ଇଚ୍ଛା ନାହିଁ ତୁ ଯା ବୋଲି ସାନ ଭାଇକୁ ମନା କରି ଦେଇ ସେ ଘରେ ରହିଥିଲେ। ପରେ କିଛି ସମୟ ପରେ ସାନ ଭାଇ ଖେଳି ସାରି ଘରକୁ ଆସିବା ପରେ ଦେଖିଥିଲା ଛାତି ଥରା ଦୃଶ୍ୟ। ବଡ଼ ଭାଇ ଆତ୍ମହତ୍ୟା କରିଥିବା ଚିତ୍ର ଦେଖି ଚିତ୍କାର କରିବା ପରେ ସ୍ଥାନୀୟ ଲୋକମାନେ ସେହି ସ୍ଥାନରେ ପହଞ୍ଚି ଦେଖିଥିଲେ। ପରେ ବୋଡେ଼ନ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରିବା ପରେ ସେ ଶବକୁ ଜବତ କରିବା ସହ ବୋଡେ଼ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଥିଲେ ଓ ସେଠାରେ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିଲେ। ଉକ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବୋଡେ଼ନ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe