ଖଡ଼ିଆଳ : ଦୁଇ ମନ୍ଦିରରୁ ୨ କିଲୋ ଓଜନର ଅଳଙ୍କାର ଚୋରି

Advertisment
ଖଡ଼ିଆଳ : ଦୁଇ ମନ୍ଦିରରୁ ୨ କିଲୋ ଓଜନର ଅଳଙ୍କାର ଚୋରି

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା ରାମସ୍ବାମୀ ମନ୍ଦିର ଓ ମା’ ଅନ୍ନପୂର୍ଣ୍ଣା ମନ୍ଦିରରୁ ଶନିବାର ଦିନ ଦ୍ବିପ୍ରହରରେ ଭଗବାନଙ୍କ ପ୍ରତିମୂର୍ତ୍ତିରେ ପିନ୍ଧାଯାଇ ଥିବା ୭ଟି ରୁପା ମୁକୁଟ, ଗୋଟିଏ ସୁନା ନୋଥ ଓ ଗୋଟିଏ ରୁପା ବଂଶୀ ଚୋରି ହୋଇଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଛି। ମନ୍ଦିରରେ ପୂଜା ପାଉଥିବା ରାମ,ଲକ୍ଷ୍ମଣ ଓ ସୀତାଙ୍କ ରୁପା ମୁକୁଟ ଚୋରି ହୋଇଥିବା ବେଳେ ମ‌ା’ ଦୁର୍ଗାଙ୍କ ମୁକୁଟ ଓ ରାଧାକୃଷ୍ଣ ମନ୍ଦିରର ଦୁଇ ପ୍ରତିମାଙ୍କ ମୁକୁଟ ଚୋରି ହୋଇଥିବା ଜଣାପଡିଛି ।

publive-image

ଅଭିଯୋଗ ପରେ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖଡ଼ିଆଳ ରାମସ୍ବାମୀ ମନ୍ଦିରରୁ ୬ଟି ରୁପା ମୁକୁଟ, ଗୋଟିଏ ନୋଥ ଓ ଗୋଟିଏ ବଂଶୀ ଚୋରି ହୋଇଥିବା ବେଳେ ମା’ ଅନ୍ନପୂର୍ଣ୍ଣା ମନ୍ଦିରରୁ ଗୋଟିଏ ରୁପା ମୁକୁଟ ଚୋରି ହୋଇଛି। ଶନିବାର ଦିନ ମଧ୍ୟାହ୍ଣରେ ପୁରୋହିତ ଶୋଇଥିବା ବେଳେ ମନ୍ଦିରରୁ ଚୋରି ହୋଇଥିବା ଜଣାପଡ଼ିଛି। ଏହି ରୁପା ଅଳଙ୍କାର ହାରାହାରି ଦେଢ଼ରୁ ଦୁଇ କିଲୋ ଓଜନ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଖଡ଼ିଆଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଟ୍ରଷ୍ଟି ସଦସ୍ୟ ଜଗଦୀଶ ତ୍ରିବେଦୀ, ସୁଧୀର ପଟ୍ଟନାୟକ, ଶତପାଳ ସିଂ ଛାଵଡା, ଦିଲୀପ କୁମାର ପଟ୍ଟନାୟକ, ରଶ୍ମିରଂଜନ ପଟ୍ଟନାୟକ, ଦୀପକ ବର୍ମା ପ୍ରମୁଖ ଉପସ୍ଥିତ ସଦସ୍ୟ ପୋଲିସ ସହିତ ଥିବା ଜଣାପଡ଼ିଛି । ଏ ନେଇ ତଦନ୍ତ ଦାୟିତ୍ୱରେ ଥିବା ଏସଆଇ ତାରକାନ୍ତ ବିଶ୍ୱାଳ ଓ ରାଜେଶ ଅଗସ୍ତି ତଦନ୍ତ କରୁଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe