ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି ଅଭିଯୋଗ: ସନ୍ଦେହରେ ଯୁବକ ଅଟକ

Advertisment
ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି ଅଭିଯୋଗ: ସନ୍ଦେହରେ ଯୁବକ ଅଟକ

ନୂଆପଡ଼ା: ନୂଆପଡ଼ା ମନ୍ଦିରପଡ଼ାସ୍ଥିତ ଦୁର୍ଗା ମନ୍ଦିରରୁ ମା ଦୁର୍ଗାଙ୍କ ରୁପାର ମୁକୁଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ଛନାଭିନ ଆରମ୍ଭ କରିଛି।
ଗତକାଲି ସନ୍ଧ୍ୟାରେ ଦୁର୍ଗା ମନ୍ଦିରରେ ନୀତିକାନ୍ତି ଅନୁସାରେ ପୂଜକ ଆରତୀ ସହ ପୂଜାର୍ଚ୍ଚନା କରିଥିଲେ। ରାତି ୮ ଟାରେ ମନ୍ଦିର ମୁଖ୍ୟ ପୂଜକ ଅକ୍ଷୟ ରଥ ମନ୍ଦିର ଦୁଇଟି ଗେଟ ବନ୍ଦରେ ତାଲା ପକାଇ ଘରକୁ ଚାଲି ଯାଇଥିଲେ। ଆଜି ସକାଳେ ପୂଜକ ମନ୍ଦିରକୁ ଆସି ଦେଖିବା ବେଳେ ମୁଖ୍ୟ ଗେଟ ଅଧା ଖୋଲା ହୋଇଥିଲା। ଭିତରକୁ ପଶିବାରୁ ମନ୍ଦିର ଗେଟ ଖୋଲା ହେବା ସହ ମାଙ୍କ ରୂପା ମୁକୁଟ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ଏହି ରୁପା ମୁକୁଟର ଓଜନ ଏକ କେଜି ହୋଇଥିବା ବେଳେ ଏହାର ବଜାର ମୁଲ୍ୟ ଲକ୍ଷାଧିକ ଟଙ୍କା ବୋଲି ପୂଜକ କହିଛନ୍ତି। ଏନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଥାନାରେ ଅଭିଯୋଗ ହୋଇଛି।

publive-image
ପୂର୍ବାହ୍ନରେ ନୂଆପଡ଼ା ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ସନ୍ଧାନୀ କୁକୁର ସାହାଯ୍ୟରେ ଛନାଭିନ ଚଳାଇଥିଲା। ଏବେ ସନ୍ଧାନୀ କୁକୁର ତଦନ୍ତ ଅନୁସାରେ ମନ୍ଦିରପଡ଼ାର ଜଣେ ଯୁବକଙ୍କୁ ସନ୍ଦେହ କରି ପୁଲିସ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe