ଟ୍ରାପ କ୍ୟାମ୍ ମାଧ୍ୟମରେ ଠାବ ହେଲା ଆତଙ୍କ ଚଳାଇଥିବା ମଣିଷଖିଆ ବାଘ

ଟ୍ରାପ କ୍ୟାମ୍ ମାଧ୍ୟମରେ ଠାବ ହେଲା ଆତଙ୍କ ଚଳାଇଥିବା ମଣିଷଖିଆ ବାଘ

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲାରେ ଆତଙ୍କ ଚଳାଇଥିବା ମଣିଷଖିଆ ବାଘକୁ ଟ୍ରାପ କ୍ୟାମ ଜରିଆରେ ଠାବ କରାଯାଇଛି। ଭୋର ପ୍ରାୟ ୫ଟା ବେଳେ ଉକ୍ତ ବାଘକୁ ଟ୍ରାପ କ୍ୟାମ୍ ମାଧ୍ୟମରେ ଠାବ କରାଯାଇଥିବା ନେଇ ସୁନାବେଡ଼ା ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଉକ୍ତ ବାଘଟି ଆତଙ୍କ ଚଳାଇଛି। ଗତ ୧୯ ତାରିଖ ଦିନ ଜଲମଡେଇ ଗାଁ ରେ ଜଣେ ୬୫ ବର୍ଷୀୟା ମହିଳା ସନମତି ବାରିକଙ୍କୁ ଘର ପାଖରେ ରହିଥିବା କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ବାଘ ଟାଣି ନେଇ ମାରିଖାଇଥିଲା। ହେଲେ ସେହି ଦିନଠାରୁ ସୁନାବେଡ଼ା ଅଭୟାରଣ୍ୟରେ ବାଘ ଭୟରେ ବନବାସୀ ଦିନ କାଟୁଛନ୍ତି। ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ମଣିଷ ଓ ୧୨ଟି ଗୃହପାଳିତ ପଶୁଙ୍କୁ ବାଘ ମାରିଥିବା ବେଳେ ଜିଲ୍ଲାରେ ଦିନକୁ ଦିନ ବାଘର ଆତଙ୍କ ଦେଖା ଦେଇଛି। ପୁଣି ଗତକାଲି ଏକ ବଳଦକୁ ମାରିଥିଲା। ଜଲମଡେଇ ଗାଁର ରାମଶିଲା ପଟିଆଙ୍କ ବଳଦ ମହୁଲ ଖାଇବାକୁ ଜଙ୍ଗଲକୁ ଯାଇଥିଲା। ହେଲେ ବାଘଟି ବଳଦକୁ ମାରି ଖାଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ପରେ ବନ୍ୟପ୍ରାଣୀ ବିଭାଗ ସୁନାବେଡ଼ା ଅଭୟାରଣ୍ୟ ପକ୍ଷରୁ ଖବର ପାଇବା ପରେ ସୁନାବେଡ଼ା ରେଞ୍ଜର ଶିବ ପ୍ରସାଦ ଖମାରୀ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ବନ୍ୟଜନ୍ତୁ ବିଭାଗ ପକ୍ଷରୁ ୧୫ଟି ଟ୍ରାପ କ୍ୟାମରେ ଲଗାଯାଇଥିଲେ ମଧ୍ୟ ବାଘର କୌଣସ ଫଟୋ ଆସୁନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ଆଜି ମଧ୍ୟ ବନ୍ୟଜନ୍ତୁ ବିଭାଗ ଗାଁକୁ ଯାଇ ଲୋକଙ୍କୁ ସଂଧ୍ୟା ହେଲେ ବାହାରକୁ ନଯିବା ପାଇଁ ସଚେତନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe