ଗାଁରେ ବାଘ ଆତଙ୍କ: ଗୁହାଳରୁ ବଳଦକୁ ଟାଣି ନେଇ ଖାଇଲା

Advertisment
ଗାଁରେ ବାଘ ଆତଙ୍କ: ଗୁହାଳରୁ ବଳଦକୁ ଟାଣି ନେଇ ଖାଇଲା

bhubaneswarcabrental.com

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଲିଟିବାହାଲ ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ଗାଁର ଶ୍ୟାମ ମାଝୀଙ୍କ ବଳଦକୁ ଗୁହାଳରୁ ଟାଣି ନେଇ ଖାଇ ଯାଇଛି।
ଗତକାଲି ସନ୍ଧ୍ୟାରେ ଶ୍ୟାମ ନିଜ ବଳଦକୁ ଗୁହାଳରେ ବାନ୍ଧି ଶୋଇଥିଲେ। ଆଜି ସକାଳୁ ଉଠି ଦେଖିବା ବେଳେ ଗୁହାଳରେ ବଳଦ ନଥିଲା । ତାକୁ ଖୋଜାଖୋଜି କରିବାରୁ ଘର ଠାରୁ ଶହେ ମିଟର ଦୂର କପା ବାଡ଼ିରେ ବଳଦର ମୃତଦେହ ପଡ଼ିଥିଲା। ବଳଦର ରକ୍ତ ଶୋଷିଦେଇ ବାଘ ଅନ୍ତବୁଜୁଳା ଫାଡ଼ି ଦେଇଥିଲା। ତେବେ ଏହା ବାଘର କାମ ଓ ଗୁହାଳରୁ ଟାଣି ନେଇ ଖାଇ ଦେଇଥିବା ଅନୁମାନ କରାଯାଉଛି। ଏହି ଖବର ପାଇ କୋମନା ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସଚେତନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe