ନୂଆପଡ଼ା: ସିଲିଆରିବାହାର ଗାଁରେ ବାଘ ଅସୁସ୍ଥ, ଉଦ୍ଧାର କଲା ବନ ବିଭାଗ

ନୂଆପଡ଼ା: ସିଲିଆରିବାହାର ଗାଁରେ ବାଘ ଅସୁସ୍ଥ, ଉଦ୍ଧାର କଲା ବନ ବିଭାଗ

ନୂଆପଡ଼ା: ନୂଆପଡ଼ା ରେଞ୍ଜ ଅଧୀନ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଛି। ରବିବାର ସକାଳୁ ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି। ଏହି କଲରାପତରିଆ ବାଘର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି।

publive-image

ରବିବାର ସକାଳେ ସିଲିଆରିବାହାରା ଗାଁର ଏକ ଗାଈ ନିକଟ ଜଙ୍ଗଲକୁ ଚରିବାକୁ ଯାଇଥିଲା। ପୂର୍ବରୁ ଖାଦ୍ୟ ଅନ୍ବେଷଣରେ ଆସି ବାଘ ଶିକାର ପାଇଁ ଜଗି ରହିଥିଲା। ଜଙ୍ଗଲରେ ଗାଈକୁ ବାଘ ଶିକାର କରି ଖାଇଥିଲା। ହେଲେ ଗାଈକୁ ଖାଇବା ପରେ ବାଘ ଜଙ୍ଗଲକୁ ଯାଇ ପାରିନଥିଲା। ଭୋକିଲା ବାଘ ଅଧିକ ଖାଦ୍ୟ ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବା ଲୋକେ ଅନୁମାନ କରିଛନ୍ତି। ଏବେ ସ୍ଥାନୀୟ ଯୁବକମାନେ ବାଘର ଫଟୋ ଓ ଭିଡିଓ ମୋବାଇଲ କ୍ୟାମେରାରେ କଏଦ କରିଛନ୍ତି। ଏମିତି କି ୨୦/୩୦ ମିଟର ଦୂରରୁ ଯୁବକମାନେ ଫଟୋ ଉଠାଉଥିଲେ ବି ବାଘ ଜଙ୍ଗଲକୁ ଯାଉନଥିବା ଲୋକେ କହିଛନ୍ତି।

ବାଘ ଅସୁସ୍ଥ ଥିବାର ବି ଅନୁମାନ କରାଯାଉଛି। ଏବେ ବାଘର ଜୀବନ ପ୍ରତି ବିପଦ ରହିଛି । ଅନ୍ୟପକ୍ଷରେ ଲୋକେ ଅସୁରକ୍ଷିତ ଭାବେ ବାଘ ପାଖକୁ ଚାଲି ଯାଉଥିବାରୁ ବିପଦ ରହିଛି। ଏଣେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe